ଯୁଗାବତାର
ଯୁଗାବତାର
ପାପ, ଅତ୍ୟାଚାର ଅଶେଷ ହୋଇଲା
ଧରା ହେଲା ଥରହର
ଆକୁଳେ ଧରଣୀ କ୍ରନ୍ଦନ କରଇ ଧର
ପ୍ରଭୁ ଅବତାର l
ଦୁସ୍କୃତ ବିନାଶି ପ୍ରଭୁ ବ୍ରହ୍ମରାଶି ସଂସ୍କୃତ
ସମାଜ ଅର୍ଥେ
ସମ୍ଭଵାମି ଯୁଗେ ଯୁଗେ ପ୍ରଭୁ ପରା ତୁମ
ନାମ ଏ ଜଗତେ ।
କରୁଣା ବାରିଧି ଆଶ୍ୱାସୀ କହିଲେ
ଯାଅ ତୁ ଧରଣୀ ମାତ
ନର ଦେହ ଧରି ଅବତାର ନେବି
ରୁହ ତୁ ହୋଇ ନିଶ୍ଚିନ୍ତ l
ବେଥେଲହାମର ଘୋଡ଼ା ଶାଳ ମଧ୍ୟେ
ମେରି ପାଆନ୍ତି ବେଦନା
ଜୋସେଫ କହନ୍ତି ତୁମ କଥା ପ୍ରଭୁ
ତୁମକୁ ହିଁ ଏକା ଜଣା l
ପାଶେ ଥିଲେ ମେଷପାଳକେ ଦେଖିଲେ
ଆକାଶେ ଅପୂର୍ବ ତାରା
କିଏ ପଠାଇଲା ଏ ଦିବ୍ୟ ତାରାକୁ
ଉଦ୍ଭାସିତ କରେ ଧରା l
ଈଶ୍ୱରଙ୍କ ପୁତ୍ର ଜନମ ଲଭିଲେ
ଅପୂର୍ବ ଶୁଭ ଲଗନେ
ହେରୋଡ଼ ନୃପତି ଚିନ୍ତିତ ହୋଇଲେ
'କିଏ' ଭାବି ମନେ ମନେ l
ଆଦେଶିଲେ ନୃପ ବେଥେଲହାମରେ
ହତ୍ୟା କର ସବୁ ଶିଶୁ
ମାରିକି ପାରିଲା ସେ ଦିବ୍ୟ ଶିଶୁକୁ
ନାମଟି ଯାହାର ଯୀଶୁ l
ପ୍ରଚାରିଲା କାଳେ ସେ ଦେବ ଶିଶୁଟି
ଈଶ୍ୱରଙ୍କ ପ୍ରେମ ବାଣୀ
ଧର୍ମଧ୍ୱଜୀମାନେ ବ୍ୟଥିତେ ଚିନ୍ତନ୍ତି
ୟାକୁ ପକାଇବା ହାଣି l
କ୍ରୁସରେ ଚଢ଼ାଇ ଅଜ୍ଞାନ ମଣିଷ କଣ୍ଟା
ଵାଢ଼େଇଲା ଆଣି
କରୁଣାବତାର ହସୁଥାନ୍ତି କିନ୍ତୁ କହୁ
ଥିଲେ ପ୍ରେମ ବାଣୀ l
ହେ ପରମେଶ୍ୱର ୟାଙ୍କୁ କ୍ଷମା କର
ନ ପାରନ୍ତି କିଛି ଜାଣି
କି କର୍ମ କରନ୍ତି ସତ୍ୟ ପ୍ରକାଶ କି
ରୋକି ପାରିବେ ଅଜ୍ଞାନୀ l
ଈଶ୍ୱରଙ୍କ ଦୂତ ଈଶ୍ୱରଙ୍କ ପୁତ୍ର ଥିଲେ
ସିଏ ଯୀଶୁଖ୍ରୀଷ୍ଟ
ଯୁଗାବତାର ସେ ଆଲ୍ଲା, ରାମ, କୃଷ୍ଣ
ହରନ୍ତି ମାନବ କଷ୍ଟ l