ଯୁଦ୍ଧ
ଯୁଦ୍ଧ
ଗର୍ଜୁଛି କମାଣ ଫୁଟୁଛି ବୋମା
ଚାରିଆଡେ ଧୂଆଁ ଧୂଆଁ
ଶାନ୍ତିର ସହର ୟୁକ୍ରେନ ଆଜି ଧ୍ୱସ୍ତ ବିଧ୍ୱସ୍ତ
ହୁତୁ ହୁତୁ ହୋଇ ଜଳୁଛି ନିଆଁ ।
ଚାରିଆଡେ ଯୁଦ୍ଧ,ଆଉ ଯୁଦ୍ଧ ବିଭୀଷିକା
ତଥାପି ୟୁକ୍ରେନ ପଡିନି ନଇଁ
ତା' ମାଆ ମାଟି ପାଇଁ
ୟୁକ୍ରେନ ସିପାହୀ ଯୁଦ୍ଧ କରୁଛି
ପଥର ଜବାବ ଇଟାରେ ଦେଇ ।
କୋଉଠି ଜଳୁଛି ସୁଉଚ୍ଚ ଅଟ୍ଟାଳିକା
କେଉଁଠି ଯାଏ ଜୀବନ
କେଉଁଠାରେ ପୁଣି ପୁତ୍ରକୁ ହରାଇ
ମାଆ କରୁଛି କ୍ରନ୍ଦନ ।
ସଶ୍ୟ ଶ୍ୟାମଳ ୟୁକ୍ରେନ ଆଜି
ହୋଇଗଲାଣି ପାଣ୍ଡୁର
ଯୁଆଡେ ଚାହିଁଲେ ବୋମାର ତାଣ୍ଡବ
ପକାଇଛି ହା ହା କାର ।
ଫେରିଯାଅ ତୁମେ ରୁଷ୍ ସୈନିକ
ଟିକେ ଶାନ୍ତିରେ ବଞ୍ଚିବାକୁ ଦିଅ
ଖାଲିହାତରେ ତ ଦୁନିଆ ଆସିଛ
ଫେରିବ ବି ଖାଲିହାତେ ବନ୍ଧୁ
ତେବ କାହିଁକି ଏତେ ତାଣ୍ଡବ
ସୃଷ୍ଟି କରୁଛ କୁହ ??
