ଯୋଗିନୀ ଯୋଗମାୟା
ଯୋଗିନୀ ଯୋଗମାୟା
ଯୋଗିନୀ ଡାକିନୀ ଶାକିନୀ ହାକିନୀ
ପଦ୍ମା ପଦ୍ମିନୀ
ରୁଦ୍ରାଣୀ ଈନ୍ଦ୍ରାଣୀ ବ୍ରହ୍ମାଣୀ ବ୍ରାହ୍ମଣୀ
ବ୍ରହ୍ମ ବାଦିନୀ
ଜପସ୍ବିନୀ ତପସ୍ବିନୀ ପାପ ମୋଚନୀ
ଯୋଗମାୟା କର ଦୟା ଦିବ୍ୟ ଲୋଚନୀ।
ଶୃତି ସ୍ମୃତି ସ୍ତୁତି ସ୍ଥିତି ତୁଷ୍ଟି ପୁଷ୍ଟି
ସୃଷ୍ଟି ପାଳିନୀ
ଶିବଦୂତି ବିଷ୍ଣୁଦୂତି କାଳରାତି
କାଳ ରୂପିଣୀ
ବିଶାଳାକ୍ଷୀ ସହସ୍ରାକ୍ଷୀ ରୁଦ୍ରା ରୁଦ୍ରାଣୀ
ଯୋଗମାୟା କର ଦୟା ଦୁଃଖ ହାରିଣୀ ।
ଶାକାମ୍ବରୀ ଜଳୋଦରୀ ମହୋଦରୀ
ଭୀମା ଭ୍ରମାରୀ
ମାହେଶ୍ବରୀ ଯାଗେଶ୍ବରୀ ରାଜେଶ୍ବରୀ
ଗୌରୀ କୌମାରୀ
ବଗଳାମୁଖୀ ମଙ୍ଗଳା ଲୋକ ଜନନୀ
ଯୋଗମାୟା କର ଦୟା ପାଦେ ଦଇନି ।
