STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ଯୋଗିନୀ ଯୋଗମାୟା

ଯୋଗିନୀ ଯୋଗମାୟା

1 min
282

ଯୋଗିନୀ ଡାକିନୀ ଶାକିନୀ ହାକିନୀ

                ପଦ୍ମା ପଦ୍ମିନୀ

ରୁଦ୍ରାଣୀ ଈନ୍ଦ୍ରାଣୀ ବ୍ରହ୍ମାଣୀ ବ୍ରାହ୍ମଣୀ

               ବ୍ରହ୍ମ ବାଦିନୀ

ଜପସ୍ବିନୀ ତପସ୍ବିନୀ ପାପ ମୋଚନୀ                

ଯୋଗମାୟା କର ଦୟା ଦିବ୍ୟ ଲୋଚନୀ।


ଶୃତି ସ୍ମୃତି ସ୍ତୁତି ସ୍ଥିତି ତୁଷ୍ଟି ପୁଷ୍ଟି

               ସୃଷ୍ଟି ପାଳିନୀ

ଶିବଦୂତି ବିଷ୍ଣୁଦୂତି କାଳରାତି

               କାଳ ରୂପିଣୀ

ବିଶାଳାକ୍ଷୀ ସହସ୍ରାକ୍ଷୀ ରୁଦ୍ରା ରୁଦ୍ରାଣୀ               

ଯୋଗମାୟା କର ଦୟା ଦୁଃଖ ହାରିଣୀ ।


ଶାକାମ୍ବରୀ ଜଳୋଦରୀ ମହୋଦରୀ

              ଭୀମା ଭ୍ରମାରୀ

ମାହେଶ୍ବରୀ ଯାଗେଶ୍ବରୀ ରାଜେଶ୍ବରୀ

             ଗୌରୀ କୌମାରୀ

ବଗଳାମୁଖୀ ମଙ୍ଗଳା  ଲୋକ ଜନନୀ

ଯୋଗମାୟା କର ଦୟା ପାଦେ ଦଇନି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics