ଯୋଡାଏ ଆଖି
ଯୋଡାଏ ଆଖି
ସେ ଗଙ୍ଗା ନା ଯମୁନା
ସେ ରାଗ ନା ମୂର୍ଚ୍ଚନା
ସେ ପାପ ଅବା ପୁୁୁଣ୍ୟ
ସେ ରାତି ଅବା ସ୍ବପ୍ନ
ସେ ହସ ପୁଣି ଲୁହ
ସେ ଛାତି ପୁଣି କୋହ
ସେ ସୁୁୁୁଖ କେବେ ଦୁଃଖ
ସେ ଦେହ କେବେ ମୁୁୁଖ
କେବେ ସ୍ଵାର୍ଥ କେବେ ସର୍ତ୍ତ
କେବେ ସ୍ଵର୍ଗ କେବେ ନର୍କ
କେବେ ଭଲ କେବ ମନ୍ଦ
କେବେ ସଫା କେବେ ଦ୍ଵନ୍ଦ
କେବେ ପ୍ରେମ କେବେ ପ୍ରୀତି
କେବେ ଆରମ୍ଭ ରୁ ଇତି ।