Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Inspirational

3  

Bharatabandhu Biswal

Romance Inspirational

ଏ ରଙ୍ଗ ରହିଲେ ହେଲା

ଏ ରଙ୍ଗ ରହିଲେ ହେଲା

1 min
188



ମଳୟ ସମୀର ବିତରେ ସୁବାସ 

ମଧୁଝରା ପ୍ରୀତିପ୍ରେମ

ଫଗୁବୋଳା ସାତ ଫଗୁଣ ରଙ୍ଗରେ

ଭିଜିଯାଏ ତନୁମନ ।


କୋକିଳର କଣ୍ଠେ ସ୍ୱର ସୁମଧୁର

ଡାକ ଶୁଭେ କୁହୁ କୁହୁ

ବଉଳଇ ଚ୍ୟୁତ ମହକେ ବକୁଳ

ନବ ପଲ୍ଲବିତ ତରୁ ।


ଲାଲ ଟହଟହ କୁସୁମ ପଳାସ

ରୂପେଲି ଶୀତଳ ଜ୍ୟୋତ୍ସ୍ନା

ବିକଶେ କେତକୀ ମାଧବୀ ମାଳତୀ

କୃଷ୍ଣଚୂଡା ମଲ୍ଲୀ ଚମ୍ପା ।


ଖେଳାଏ ମନରେ ଆବେଗ ମଧୁର

ଚିତ୍ତ ହୁଏ ମନ୍ତ୍ରମୁଗ୍ଧ

ଦୋଳ ବିମାନରେ ବସି ରାଧାକୃଷ୍ଣ 

ଖେଳନ୍ତି ଅବିର ରଙ୍ଗ ।


ମିଳନ ମାଧୁର୍ଯ୍ୟ ପ୍ରୀତି ଅନୁଭୂତି

ବିତରେ ଋତୁ ବସନ୍ତ 

ଚହଟିଲେ ରଙ୍ଗ ଅନ୍ତଃ ମନପ୍ରାଣ

ଆଶା ପୂର୍ଣ୍ଣ ଚରିତାର୍ଥ ।


ଫଗୁଣର ରଙ୍ଗ ଅଟେ ମଧୁମୟ

ଲାଗିଗଲେ ମନପ୍ରାଣେ

ଉଜ୍ଜ୍ୱଳତା ତାର ଯାଏନା ମଉଳି

ଚହଟେ ବାସ ସୁମନେ ।


ଉଛୁଳୁ ପ୍ରାଣରେ ଉଲ୍ଲାସ ଆନନ୍ଦ 

ଦିବ୍ୟ ପ୍ରୀତି ଅପାଶୋରା

ପ୍ରେମ ଅପ୍ରାକୃତ ବୋଧେ ସୁପ୍ରାପତ 

ଏ ରଙ୍ଗ ରହିଲେ ହେଲା ।



Rate this content
Log in

Similar oriya poem from Romance