Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Nihar Ranjan Acharya

Tragedy

4.5  

Nihar Ranjan Acharya

Tragedy

ଯଦି ତମେ

ଯଦି ତମେ

1 min
381


ଦୁଃଖ ଦେଇ ମୋତେ ଯଦି 

ସୁଖ ତମେ ପାଉଛ,

ତେବେ ଲଗାଇଥିବା ନିଆଁରେ 

ଜାଳିଦିଅ ମୋତେ 

ଯଦି ତମେ ପାରୁଛ ।


ଲୁହ ମୋତେ ଦେଇ ଯଦି 

ତମେ ହସି ପାରୁଛ, 

ତେବେ ଭସାଇ ଦିଅ ମୋର ସମସ୍ତ ଅସ୍ତିତ୍ୱ 

ସେହି ଲୁହର ସ୍ରୋତରେ 

ଯଦି ତମେ ପାରୁଛ ।


ମୋତେ ଅନ୍ଧକାର ଦେଇ 

ଯଦି ତମେ ଆଲୋକ ଚାହୁଁଛ 

ତେବେ ବଦଳାଇଦିଅ 

ଆବର୍ତ୍ତନର ସମସ୍ତ ନିୟମକୁ 

ରୋକିଦିଅ ସୂର୍ଯ୍ୟ, ଚନ୍ଦ୍ର ଆଲୋକର ସମସ୍ତ ଉତ୍ସକୁ 

ଯଦି ତମେ ପାରୁଛ ।


ମୋତେ ମୃତ୍ୟୁର ଘାଟରେ ପହଁଞ୍ଚାଇ ଦେଇ 

ଯଦି ଜିଇଁବାକୁ ଚାହୁଁଛ 

ତେବେ ଗଢିଦିଅ ନିଜ ହାତେ 

ମୋ ପାଇଁ ସମାଧିଟାଏ 

ଆଉ ନିଜ ପାଇଁ ତାଜ୍ ଟିଏ ।


Rate this content
Log in