STORYMIRROR

Saroj Kumar Sahoo

Romance

3  

Saroj Kumar Sahoo

Romance

ଉତ୍ତର ଅପେକ୍ଷାରେ

ଉତ୍ତର ଅପେକ୍ଷାରେ

1 min
270

ତୁମେ ମୋତେ ଭୁଲିଗଲ 

ମୁଁ ତୁମକୁ ଭୁଲି ପାରୁନି

ଆଖିରେ ଅଶାର ସ୍ୱପ୍ନ 

ଆଜି ଭି ମୁଁ ତୁମ ପାଇଁ ଦେଖେ ।

ତୁମ ମନରେ ବୋଧେ 

ମୁଁ ଘରଟେ ତୋଳି ପାରିନି

ତୁମ ହୃଦୟକୁ ମୁଁ ଜିତିନି

ହେଲେ ଭି କାହିଁ ତୁମ ହୃଦୟ

ରହିବାକୁ ସର୍ବଦା ଇଚ୍ଛା

ମନକୁ ଯେତେ ଆୟତରେ

ରଖିଲେ ଭି ପ୍ରତି ମୁହୂର୍ତ୍ତରେ

ତୁମକୁ ହିଁ ଖୋଜେ କି ପାଗଳାମି

ମୋ ମନ ଖାଲି ତୁମକୁ ହିଁ ଖୋଜେ

ମୁଁ ହସୁଛି ନା କାନ୍ଧୁଛି 

ନିଜେ ଭି ଜାଣିପାରେନି

ଆଜି ମୋ ସାଥେ ହସ କାନ୍ଦ

ସବୁ ସମାନ ହୋଇଯାଉଛି ।

ଏଇଟା ପ୍ରେମ ନା ଆଉ କିଛି ?

ଆଜି ଭି ମୁଁ ଏଇ ପ୍ରଶ୍ନର

ଉତ୍ତରର ଅପେକ୍ଷାରେ 

ଜଣେନି ବଞ୍ଚିଥିବା ଯାଏ 

ଉତ୍ତର ପାଇବି ନା ମଶାଣିରେ 

ହେଲେ ଉତ୍ତର ପାଇଁ ଅପେକ୍ଷା

ନିଶ୍ଚୟ ପ୍ରତି ସମୟରେ କରିବି । 

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance