STORYMIRROR

Saroj Kumar Sahoo

Romance

3  

Saroj Kumar Sahoo

Romance

ମନେ ପଡେ ତୁମ କଥା

ମନେ ପଡେ ତୁମ କଥା

1 min
225


କହିବାକୁ ଭଲ ଲାଗେ ତୁମକୁ ମୁଁ ଭଲପାଏ 

  କେବଳ ତୁମକୁ ମୁଁ ଭଲପାଏ''

ଯେମିତି ପ୍ରଜାପତି ଫୁଲ ଚାରି ପାଶେ ନିତି ଘୁରି ବୁଲି

  ମନ କଥା କହୁଥାଏ !!


ଗପିବାକୁ ଭଲ ଲାଗେ ମନେ ମନେ 

   ନିଶାର୍ଦ୍ଧର ନିଶାନ୍ତ ପ୍ରହରେ

ରାତ୍ରର ଅମାପ ଅନ୍ଧକାରେ ଅଵା

  ଜେଛନାର ଶୀତଳ ଛାଇରେ !!


ଵୁଲିଵାକୁ ଭଲ ଲାଗେ ତୁମ ସହ ଏକା ଏକା 

 ନଦୀର ଧାରେ ଧାରେ 

କେହଲାର ବାଧା ସାଥି କୁଳୁ କୁଳୁ ସଙ୍ଗୀତ 

 ନଥାଏ ବନ୍ଧ ଵାଡ ମୋ ଭିତରେ !! 


ଶୁଣିବାକୁ ଭଲ ଲାଗେ ତୁମ ଓଠୁ କଥା ଅଳପ ଅଳପ 

 ଥାଉ ଯେତେ ଅଭିମାନ !

ଆହୁରି ଭଲ ଲାଗେ ଦେଖିବାକୁ ତୁମ ମୁହଁ

  ରାଗି ଗଲେ ଆଉ ହସି ଦେଲେ ଥରେ !! 


ଇଚ୍ଛା ହୁଏ ହସିଵାକୁ ମୁରୁକି ମୁରୁକି 

   ମନେ ପଡେ ଯେବେ ତେ ସହ ବିତିଥିବା ପ୍ରତିଟି ମୁହୂର୍ତ୍ତ !!

ରହିଛ ରହିଥିବ ମୋ ମନ ମନ୍ଦିରେ

  ଵଞ୍ଚିଥିଵ ଏ ଧରା ବକ୍ଷରେ ଯେତିକି ବର୍ଷ!!! 

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance