STORYMIRROR

Subham Sahu

Inspirational Others

4  

Subham Sahu

Inspirational Others

ଉତ୍କଳ ଗାଥା

ଉତ୍କଳ ଗାଥା

1 min
392

ପ୍ରାଚୀନ କାଳରେ କଳିଙ୍ଗ ରାଇଜ

ଥିଲା ଖଣ୍ଡଖଣ୍ଡ ହୋଇ,

ମହାପୁରୁଷଙ୍କ ଅପ୍ରାଣ ଉଦ୍ୟମେ

ଉତ୍କଳ ସ୍ୱାଧୀନ ପାଇ ।


କେତେଯେ ଯବାନ ଶହୀଦ ହୋଇଣ

ଉତ୍କଳ କରିଲେ ଜୟ,

ଶେଷ ରକ୍ତବିନ୍ଦୁ ଢାଳିଦେଲେ ସର୍ବ

ବିଦେଶୀ କରିଲେ ଭୟ ।


ଉତ୍କଳ ଜନନୀ ଗରବ କରଇ

ଦେଖିତା ସନ୍ତାନ କାର୍ଯ୍ୟ,

ଦେଖାଯାଏ ସର୍ବ ନେତ୍ର ପିତୁଳାରେ

ଅଶୋକ ମୋଗଲ ମୋର୍ଯ୍ୟ ।


ଗୋରାଶାସକଙ୍କ ନିଷ୍ଠୁର ଶାସନେ

ଉତ୍କଳ ହେଲା ବିଛିନ୍ନ,

ଚାବୁକ ପ୍ରହାରେ କାନ୍ଦିଲା ରାଇଜ

ସମାଜ ହେଲା ବିପନ୍ନ ।


ମଧୁସୂଦନଙ୍କ ଉଦ୍ୟମ ବଳରେ

ହୋଇଲା ଉତ୍କଳ ସଭା,

ଉତ୍କଳକୁ ଏକ କରିବା ପାଇଁକି

ଚାହିଁଲେ ଉତ୍କଳ ପ୍ରଭା ।


ଲଢେଇ କରିଲେ ଉତ୍କଳର ବୀର

ନିର୍ଜୀବ କରି ଶରୀର,

ଭାବିଦେଲେ ତାହା ହୃଦୟ କାନ୍ଦଇ

ଆଖିରୁ ବୁହଇ ଧାର ।


Rate this content
Log in

Similar oriya poem from Inspirational