STORYMIRROR

Subham Sahu

Inspirational

3  

Subham Sahu

Inspirational

ଶିକ୍ଷା

ଶିକ୍ଷା

1 min
157

ଆଦିମ ସମାଜେ ଶିକ୍ଷା ଅଟେ ଯାହା

    ଜାଣିତ ନଥିଲେ କେହି,

 ଆଜିର ଦୁନିଆ ଶିକ୍ଷାର ଦୁନିଆ  

    ଭାବନା ମୋ କହୁଥାଇ।


ଶିକ୍ଷାଯେ ଅଟଇ ଦୁଇଟି ଅକ୍ଷର

    କେବଳ ମୁରୁଖ ପାଇଁ,

ଶିକ୍ଷାର ମହିମା ଜାଣିଯେ ପାରିଛି

     ଜଗତେ ଜ୍ଞାନୀ ବୋଲାଇ ।


ଶିଖିବା ଜାଣିବା କହିବା କରିବା

     ସବୁରି ମୂଳରେ ଶିକ୍ଷା,

ପୁରାଣରେ ଯେତେ ଶିକ୍ଷା ରହିଅଛି

      ଜଗତକୁ କରେ ରକ୍ଷା ।


ମହାପୁରୁଷଙ୍କ ଜୀବନିଚକ୍ରରେ

      ଭରି ରହିଛି ଏ ଶିକ୍ଷା,

ପଢ଼ିଣ ପ୍ରୟୋଗ କରିଦେଲେ ତାହା

      ମାନବ ପାଏ ସୁ ରକ୍ଷା ।


ଶିକ୍ଷାକୁ ଆଦର କରି ଏ ସମାଜ

       ଜଗତକୁ ଶିକ୍ଷା ଦିଏ,

ଶିକ୍ଷାର ପ୍ରୟୋଗ କରିଯେ ଜାଣିଛି

       ବିଶ୍ୱରେ ଆଦର ପାଏ ।



Rate this content
Log in

Similar oriya poem from Inspirational