Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subham Sahu

Inspirational

4.8  

Subham Sahu

Inspirational

ସମୟ

ସମୟ

1 min
254


ପୂରାତନ କାଳେ ସୂରୁଜ ଦେଖିଣ

     ଜନେ ଜାଣିଲେ ସମୟ,

ସେହି ସମୟକୁ ବୈଜ୍ଞାନିକ ମାନେ

      କଲେଣି ଜ୍ଞାନ ଉଦୟ ।


ସମୟ ଅଟଇ ତିନୋଟି ଅକ୍ଷର

     କହିବା ଅତି ସହଜ,

ଏହି ସମୟ ଯେ ଅତି ମୂଲ୍ୟବାନ

     ବାଳକ ବାଳିକା ହେଜ ।


ସମୟ କାହାକୁ ସଫଳ କରେତ

     କରେ କାହାକୁ ବିଫଳ,

ସମୟକୁ ଯିଏ ବେଖାତିର କରେ

      ହୋଇଯାଏ ସେହି ଖଳ ।


ମହାପୁରୁଷଙ୍କ ଜୀବନି ପଢିଲେ

      ଜାଣିବ ଏହାର ମୂଲ,

ସମୟର ମୂଲ ବୁଝିଯେ ପାରିଛି

       ହୋଇଛି ସବୁଠି ଭଲ ।


ଜଗତରେ ଯେତେ ଜନ ରହିଅଛ

       ବୁଝ ଏ ସମୟ ଜ୍ଞାନ,

ପ୍ରୟୋଗ କରିଣ ଜାଣିଲେ ଏହାର

      ଖୁସିରେ କାଟିବ ଦିନ।


ସମୟ ମହିମା କହିଲେ ଯେତେବି

       କେବେତ ସରିବ ନାହିଁ,

କହିବାରେ ମୋର ଭୁଲ ରହିଗଲେ

       କ୍ଷମା କରିବ ଗୋସାଇଁ ।



Rate this content
Log in

Similar oriya poem from Inspirational