STORYMIRROR

Subham Sahu

Others

3  

Subham Sahu

Others

ନାରୀ

ନାରୀ

1 min
246

ଅବଳା ଦୁର୍ବଳା ସ୍ନେହେ ଅବହେଳା

  ଆଜିର ସମାଜେ ନାରୀ 

ଶକ୍ତି ପ୍ରଦାୟିନୀ ଅମୃତ ଦାୟିନୀ

  ଭାବନା ଅଟେ ମୋହରି


କାର୍ଯ୍ୟରେ ଚଞ୍ଚଳା ଭାବନା ଶୀତଳା

  ପାଳନା ଯେ ଶ୍ରେଷ୍ଠ କଳା 

ଏହି କଳାଟିଯେ କେବଳ ନାରୀର

  ବୁଝିରଖ ଶ୍ରେଷ୍ଠ ବାଳା


ନାରୀ ହିଁ ଅଟଇ ମାତା ଓ ଭଗିନୀ

  ପୁଣି ସେ ଭାବ ମୋହିନୀ 

ତା ବିନା ଜଗତେ ଅମୃତ ସନ୍ତାନ

  ସୃଷ୍ଟି କେବେ ହୋଇବେନି


ନାରୀ ବିନା ଏହି ମାନବ ସମାଜ

  କେବେ ହୋଇବନି ଭରା 

ପୁରାଣ କହଇ ନାରୀ ବିନା ଏହି

   ଜଗତ ହୁଏ ଅଧୁରା


ଗାଉଥିଲି ଯେତେ ନାରୀର ମହିମା

   ପାରିଥିଲି ତାହା ଜାଣି 

ଲେଖନୀ ମୁନରେ ଆଙ୍କିଦେଲି ସର୍ବ

   ଭାବକୁ ଦେଇ ବଖାଣି 



Rate this content
Log in