Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Children

3  

Bharatabandhu Biswal

Inspirational Children

ଉଡାଣ ଛୁ

ଉଡାଣ ଛୁ

1 min
165



ଥୋଡପାହାରକୁ ଲମ୍ବେଇ ଝୁଲେଇ 

ମାଗୁଅଛି ହାତୀ ଦେଏ

ନଡ଼ିଆ ପୁଞ୍ଜାଏ ଦେଏରେ ମାହୁନ୍ତ 

କଦଳୀ ଫେଣାଟେ ଦେଏ ।


ହଲାଉଛି ଲାଞ୍ଜ ଗଡାଉଛି ଲାଳ

ଜିଭ କାଢିଅଛି ବାହେ

ଚାହିଁ ରହିଅଛି କୁକୁର ବିକଳା

ବକଟେ ମାଗୁଛି ଦେଏ ।


ମିଆଁଉ ମିଆଁଉ କରୁଛି ବିଲେଇ 

ହେଉଅଛି ଲେଶିଘଷି

ଆଇଁଷ ବାସନା ଖିର ସୁଙ୍ଘିଦେଲେ

ଭାରି ଲାଗେ ତାକୁ ଖୁସି ।


ପାଇଲେ ମଉକା ଝାମ୍ପି ନେଇଯାଏ

ଗିନାରୁ ଶୁଖୁଆ ମାଛ

ରଖିଥିଲେ ଖିର ସାତ ସିନ୍ଦୂକରେ

ଖୋଜିପାରେ ଗଳାବାଟ ।


ପିନ୍ଧିଛି ମାଙ୍କଡ ଜାମା ପ୍ଯାଣ୍ଟ ଟୋପି

ଦେଖାଉଛି ଚମତ୍କାର 

ମାଙ୍କିଡି ବିଚରା ଖାଇଛି ପାହାର

ପଳାଇବ ବାପଘର ।


ଦେଖାଉଛି ତାର ମଲମଲ ଚାଲି

ଗାତୁଆ ପାହାଡି ମୂଷା

ଡଗଡଗ ହୋଇ କାଢୁଅଛି ପାଣି

ମାରୁଅଛି ଆଡରୁଷା ।


ଦେଢଶୁର ଦେଖି ଲାଜ କରୁଅଛି

ମୁହଁରେ ଓଢଣା ଟାଣି

ଦେଖଣାହାରୀଏ ଆନନ୍ଦିତ ହୋଇ 

ପଇସା ଦିଅନ୍ତି ଫିକି ।


ବାନ୍ଧୁଛି ବୁଜୁଳା ଟଙ୍କା ଓ ପଇସା

ମାହୁନ୍ତ ଓ ମାଙ୍କିଡିଆ 

ବିଚରା ନିରୀହ ପୋଷା ଜୀବଜନ୍ତୁ

କଲବଲ ହିନସ୍ତିଆ ।


କାମଥିଲେ ବାବୁ ହଜୁର ବଢିଆ 

ଆସନ୍ତୁ ଆଜ୍ଞା ବସନ୍ତୁ

ବାନ୍ଧିଲେ ବୁଜୁଳା ବାହାରେ ଭେଳିକି

ମାଙ୍କଡା ଉଡାଣ ଛୁ ।



Rate this content
Log in

Similar oriya poem from Inspirational