ଉଡାନ୍
ଉଡାନ୍
ଏ ମନର ଆଶା କେତେ ...
କେତେ ବା ଆୟୁଷ
ପର ଝାଡି ଉଡିଗଲେ...
ଜଣା ନାହିଁ ଉଡ଼ିବାକୁ ଅଛି କେତେ ବାଟ??
ଉଦିତ ସୂରୁଜ ସହ ,
ମନେ ସ୍ବପ୍ନ ଉଠେ ଅହରହ,
ନୂଆ ଦିନଟିଏ ସିନା
ଗଢ଼ିବାକୁ ଅଛି... କେତେ ମୋହ ।
ଖୋଜୁଛି ତୁମକୁ ଜଣେ
ଚାଲିବାକୁ----
ଚଂଞ୍ଚୁ ସାଥେ
ଚଞ୍ଚୁ ଘଷି ସଂଜ ଓ ସକାଳ।
ଏକା ଅନ୍ବେଷିବି କେତେ
ପଥେ ଭରା ଆଦେଖା ସଂଶୟ....
ଆଶିଷ ମାଗେ ' ଅଶୁଂ 'ରେ
ଭରିବାକୁ କଳସ ଆଶା ର ।
ପିଆସୀ ମନକୁ ମୋର ଶାନ୍ତ
କରେ ଟିକେ ସକାଳର ସଜଳ ପାଣିରେ ,
ଉଡାନ୍ ଭରିବି ପୁଣି
ବନ୍ଧା ସ୍ବପ୍ନ ମୋର ,ସବୁ ନେଇ
ପକ୍ଷରେ ପକ୍ଷରେ।
ସୁପ୍ରଭାତ।
PC:by Sarojini at Rohini ,New Delhi .
