Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pravatirani Mohanty

Inspirational

3  

Pravatirani Mohanty

Inspirational

ଉଦଭାସିତ ହୁଅ ଜନନୀ

ଉଦଭାସିତ ହୁଅ ଜନନୀ

1 min
203



ଉଦଭାସିତ ହୁଅ ଜନନୀ

    ଆସ ମମତାମୟୀ

ତ୍ରିରଙ୍ଗାକୁ ଧରି ହସ୍ତ ରେ

    ହୁଅ ବିଶ୍ୱ ବିଜୟୀ l

ଶୁଭ ଆଗମନେ ଆକାଶେ

   ଉଡେ ପଣତ ତୋର

ଦିବ୍ୟ ଦୃଷ୍ଟି ଦେଇ ଜନନୀ 

   ଆସ ଧରଣୀ ପର ll

ଚାହିଁ ବସିଅଛୁ ତୋ ପଥ

   ଗାଇ ତୋର ବନ୍ଦନା

ପ୍ରତି କ୍ଷଣେଜାଗୁ ହୃଦୟେ

  ପୂର୍ଣ୍ଣ ନବ ଚେତନା

ଅକ୍ଷତ ସଜାଡି ରଖିଛୁ ll

   ଥାଳେ ପୁଷ୍ପ ସମ୍ଭାର 

ଘେନାକର ଦୟାମୟୀ ଲୋ 

   ପ୍ରେମ ପିୟୁଷ ଧାର 

ଜଳ ସ୍ଥଳ ସାଥେ ଧରଣୀ

  ଆଜି ନାଚେ ଖୁସିରେ ll

ମନ୍ଦମନ୍ଦ ବହେ ସମୀର

  ଭକ୍ତି ପୁଷ୍ପ ଗୁଚ୍ଛାରେ

ତୋ ଅଭୟ ହସ୍ତ ପ୍ରସାରି

  ଦିଏ ଭାରତ ମାତ ll

ଘୋଡାଇ ରଖିଥା ସନ୍ତାନ

   ତୋ ଅଭୟ ପଣତ

ଅନନ୍ତ ଭାବନା ଅସୀମା

  ଯାର ଦିବ୍ୟଚେତନା

ଶୁଭାଶିଷ ଦିଏ ବରଷି

   କରୁ ଶୁଭକାମନା ll



Rate this content
Log in

Similar oriya poem from Inspirational