ଏ ଶରୀର ଭଡ଼ାଘର
ଏ ଶରୀର ଭଡ଼ାଘର
ଏ ଶରୀର ଭଡ଼ାଘର
ମାଲିକ ହିଁ ତୁମେ ମୋର
ନେଉଛି ଯତନ ତା'ର
କାଳେ ଭାଙ୍ଗିବ ସେ ଘର l
ଯେତେ ନେଲେ ଯତ୍ନ ତା'ର
ହେବ ନାହିଁ ଆପଣାର
ହେବ ସେ ପୁରୁଣା ମୋର
ଆସିବ ଶୂନ୍ୟେ ଜୁଆର l
ଲିଭିଯିବ ବତୀ ତା'ର
ଘୋଟିବ ଘୋର ଅନ୍ଧାର
ହେବ ନାହିଁ ତା' ଉଦ୍ଧାର
ହୋଇଯିବି ସାତ ପର l
ନିମିଷେ ହୋଇବ ଦୂର
ରହିବନି ସେ ଶରୀର
ଘଟ ଛାଡିବ ଶରୀର
ଖୋଜିଯିବ ବାଟ ତା'ର l
କେଉଁଠି ମିଳିବ ଘର
କର୍ମ କରେ ତା' ବିଚାର
ଏ ଶରୀର ଭଡ଼ାଘର
ମାଲିକ କରିବ ଦୂର l
କେହି ନୁହେଁ ତା' ନିଜର
ସଭିଙ୍କୁ କରଇ ଦୂର
ଦୁଃଖ ନାହିଁ ପ୍ରଭୁ ମୋର
ସବୁ ଦାନ ତ ତୁମର l
କେଉଁଠି ମିଳିବ ଘର
କରିବ ତୁମେ ବିଚାର
ସମୟ କହିବ ତା'ର
କିଏ ପର ଆପଣାର l
ଧାଉଁଛି ସମୀପେ ତୋର
ଭକ୍ତି ରହୁ ନିରନ୍ତର
ଏ ଶରୀର ଭଡ଼ାଘର
ମାଲିକ ହିଁ ତୁମେ ମୋର l