ବନସ୍ତେ ଡାକିଲା ଗଜ
ବନସ୍ତେ ଡାକିଲା ଗଜ
ବନସ୍ତେ ଡାକିଲା ଗଜ
ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ
ଆସିଛି ରଜ ଲୋ
ଦୋଳି ହୋଇଲାଣୀ ସଜ।
ପାଚିଲା ଆମ୍ବ ପଣସ
ଆଗ ଭଳି ଆଉ ନାହିଁ ସରସ ଲୋ
ଜୀବନ ଲାଗୁଛି ବିଷ।
ଗଛ ନାହିଁ କାହିଁ ଦୋଳି
ତୋଟା ମାଳ ସବୁ ହୋଇଛି ଖାଲି
ହୋଇଛି ଖାଲି ଲୋ
ଗରମ କୁ ଗୁଳୁଗୁଳି।
ଆଗ ଭଳି ମଜା ନାହିଁ
ମନ ରୁ ସେ ମଜା ଗଲା ଉଭେଇ
ଗଲା ଉଭେଇ ଲୋ
ଆଉ ସରସ ତା ନାହିଁ।