STORYMIRROR

Pravatirani Mohanty

Inspirational

3  

Pravatirani Mohanty

Inspirational

ଜୟ ଜଗନ୍ନାଥ🌻🌻🌻

ଜୟ ଜଗନ୍ନାଥ🌻🌻🌻

1 min
149



ମୋର ହିସାବ ତୁମରି ପାଖରେ

  ଜୀବନଟା ସାରା ଯାହା ଅରଜିଲି 

ଏପଟର ହେଉନି କି ସେପଟର ହେଉନି

  ଶେଷରେ ତୁମର ଆଶ୍ରା ଲୋଡିଲି । 


ଫେରାଇ ଦେବନି ତ ଅଧାବାଟରୁ

  ଦେଖି ମୁଁ ତୁମର  ଦାତାପଣକୁ

ସବୁ ପଛକରି ତୁମ ଭରସାରେ 

  ଆସିଛି ଦୌଡ଼ି ତୁମ ପାଖକୁ।


ଏତେ ବଡ଼ ନେତ ଉଡାଇ ଦେଇଛ

ଅଛି ବୋଲି ସିନା ଦାତାପଣିଆ

ଆଉ କାହିଁ  କାନି କାହା ପାଖେ ପତାଇବି

ଦେଖିଛି ତୁମର ବଡପଣିଆ।


ସାରା ଜଗତର ଗୁହାରୀ ଶୁଣୁଛ

ମୁଣ୍ଡେଇ ବସିଛ ସାରା ସଂସାର

ରଖ ଅବା ମାର ଫେରାଇ ଦେବନି

ଜୀବନଟା ଏବେ ଲାଗେ ଅସାର।


Rate this content
Log in