ଉଦାସ
ଉଦାସ
ବେଳେବେଳେ ଉଦାସ ବି
ଭାରି ଭଲ ଲାଗେ କାରଣ
ସେ ଉଦାସ ଭିତରେ
ମୁଁ ତୁମକୁ ପାଏ ।।
ବିତିଥିବା ଆମ ସ୍ମୃତିସବୁ
ଅମ୍ଳଜାନ ପରି
ମୋ ଶିରା ପ୍ରଶିରାରେ
ପ୍ରବାହିତ ହୁଏ ।।
ସାମୟିକ ମନ ଦୁଃଖ ହୁଏ
ତଥାପି ମୁଁ କୃତଜ୍ଞ
ତୁମ ପାଖରେ କାରଣ
ତୁମେ ବଞ୍ଚିବାର
ହଜାର କାରଣ ଶିଖାଇଛ ମୋତେ ।।
କବିତାକୁ ଭଲ ପାଉ ନ ଥିବା
ରଙ୍ଗହୀନ ବେସୁରା ଲୋକଟାକୁ
କବିତା ଲେଖିବା ଶିଖାଇଛ ।।
ଜହ୍ନକୁ ମୁଠେ ଶିଳା ବୋଲି ଭାବୁଥିବା
ଲୋକର ଭାବନାକୁ ବଦଳାଇ ଦେଇଛ
ଆଉ ସେଥିରେ ସେ ତୁମ ମୁହଁକୁ
ଖୋଜି ପାଇଛି ।।