ତୁମରି ସାନ୍ନିଧ୍ୟ ବଡ଼
ତୁମରି ସାନ୍ନିଧ୍ୟ ବଡ଼
ସାଇ ତୁମେ ସଦା ରହସ୍ୟ ଘେରରେ
ଖୋଜିଲେ ମିଳନା କାହିଁ
ଖୋଜିଛି ତୁମକୁ କେତେ ଆଡ଼େ ହୋଇ
କେଉଁଠି ପାଇଲି ନାହିଁ
ମାନବବାଦର ଜୟଗାନ କଲ
ମାନବେ ପ୍ରୀତି ବାଣ୍ଟିଲ
ମାନବତା ଗୁଣ ଭରପୂର ତୁମ
ଜନତା ହୃଦେ ବସିଲ
ସକଳ ମଣିଷ ତୁମକୁ ଝୁରୁଛି
ତୁମରି ସାନ୍ନିଧ୍ୟ ବଡ଼
ସେ ସାନ୍ନିଧ୍ୟତା ମିଳନ୍ତା କି ଭାଗ୍ୟେ
ଆସନ୍ତା ଯେ ଗୋଟେ ମୋଡ଼
