STORYMIRROR

kamal kumar dash

Romance

4  

kamal kumar dash

Romance

ତୁମରି ଛୁଆଁ

ତୁମରି ଛୁଆଁ

1 min
266

 

ତୁମରି ଛୁଆଁର କାଉଁରୀ ପରଶ 

   ଏବେବି ରହିଛି ମନେ 

ସପନର ସେଇ   ପ୍ରୀତି ଫଗୁଣକୁ 

  ଝୁରୁଛି ମୁଁ ମନେ ମନେ ।

ତନୁ ମନ ତଳେ  ଅଜଣା କଁମ୍ପନ 

    ଅନ୍ତରଙ୍ଗ ଅନୁଭୂତି 

ପୁଲକିତ ମନ ଶିହରୀତ ପ୍ରାଣ 

   ତୁମରି ଛୁଆଁର ତାତି ।

ତୁମ ଆଗମାନେ ବସନ୍ତ ଆସିଛି 

   କୋକିଳ କାକଳି ନେଇ 

ପ୍ରେମର ରଙ୍ଗରେ  ରଙ୍ଗୀନ ଆଜିମୁଁ 

   ତୁମରି ପରଶ ପାଇ ।

ତୁମରି ପ୍ରୀତିର ନିଆରା ନିଶାରେ 

   ପାଗଳ ଆଜି ମୋ ମନ 

ସକାଳେ ସଞ୍ଜରେ  ଏ ଜହ୍ନ ରାତିରେ 

   ଖୋଜେ ତୁମେ ସବୁଦିନ ।

ସତ ରେ ବି ତୁମେ  ସପନରେ ତୁମେ 

    ହସୁଥାଅ କବିତାରେ 

ମୋର ଅଜାଣତେ  ଆପଣାର ହୋଇ 

    ରହିଛ ମୋ ହୃଦୟରେ ।



Rate this content
Log in

Similar oriya poem from Romance