STORYMIRROR

Mamatamanjari Das

Romance Fantasy

4  

Mamatamanjari Das

Romance Fantasy

ତୁମେ ମୁଁ ଓ ଆମ ପ୍ରେମ

ତୁମେ ମୁଁ ଓ ଆମ ପ୍ରେମ

1 min
366

ତୁମର ଟିକିଏ ଉଷୁମ ପରଶେ

ପୁଲ୍ଲକିତ ହୋଇଉଠେ ମୋର ତନୁ ଆଉ ମନ

ଭାବନା ରାଇଜେ ମନ କରେ ବିଚରଣ

ଆଉ ମୋ ଲେଖନୀ ଆଗକୁ

ଓହ୍ଲାଇ ଆସନ୍ତି ମାଳ ମାଳ ଶଦ୍ଦର ସମ୍ଭାର।


ତୁମସହ ପ୍ରେମ କେବେ ହେଲା

ଏକଥା ମନେ ମୁଁ ରଖିନି

ହେଲେ ସେ ସମ୍ପର୍କଟା ଏତେ ଯେ ନିବିଡ

ତାହା ମୁଁ ବଖାଣି ପାରୁନି ।


ବେଶୀ ଭଲଲାଗେ ଶୀତୁଆ ସଞ୍ଜରେ

ତୁମେ ଯେବେ ଆସ ମୋର

ପହିଲି ଚୁମାରେ ,

ମୁଁ ହୋଇଯାଏ ଭାବବିହ୍ୱଳ

ଆଉ ଚୁମିଯାଏ ମୋର ପିଆସୀ ଓଠରେ।


ଜଣାନାହିଁ ଆଗକୁ ଆମ ପ୍ରେମ ସମ୍ପର୍କ

କିପରି ରହିବ ,

ହେଲେ ମନ କହେ କିଛି ହେଉ ବା ନ ହେଉ

ତୁମ ସହ ମୋ ପ୍ରେମର ନଉକା

ଜୀବନର ଅନ୍ତିମ ଲଗ୍ନ ଯାଏ

ସଦା ଧାଉଁ ଥିବ ।


ତୁମେ ତୁମର ଉଷୁମ ବନ୍ଧନେ

ମୋତେ ବାନ୍ଧି ରଖିବ ନିବିଡ ଆଶ୍ଳେସେ

ଶୀତୁଆ ସଞ୍ଜରେ ,

ଫୁଲ ମାନେ ନାଚୁଥିବେ ଭରା ଯୈବନରେ

ତୁମେ ଥିବ ଟେବୁଲ ଉପରେ

ମୁଁ ବସିଥିବି ଚୟାର ଉପରେ

ଆଉ ତୁମ ଉଷୁମ ପରଶ

ଥିବ ମୋର ପିଆସୀ ଓଠରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance