STORYMIRROR

kamal kumar dash

Fantasy

3  

kamal kumar dash

Fantasy

ତୁମେ କି ଜାଣିବ

ତୁମେ କି ଜାଣିବ

1 min
302


ତୁମ ଓଢଣୀକୁ  ତୁମ ପାଉଁଜିକୁ କୁ 

   ମନ ମୋର ଝୁରୁଥାଏ 

ତୁମେକି ଜାଣିବ  ତୁମେ ଗଲା ପରେ 

  ମୁଁ କେମିତି ଜଳି ଯାଏ (1)

ଜାଣେନା କା ପାଇଁ  କଅଣ ବା ମାଗି 

  ନୀତି ସଞ୍ଜ ବତି ଜାଳ 

ପୁନେଇଁ ର ଜହ୍ନ ଆକାଶେ ଉଠିଲେ 

   ତୁମେ ଭାରି ମାନେ ପଡ଼ (2)

କୋଇଲି ସ୍ୱରରେ   ଗୀତ ବୋଲି ଯେବେ 

    ଜହ୍ନ କୁ ଶୁଣାଅ ତୁମେ 

ତୁମ ଗୀତ ଶୁଣି       ଭୁଲି ଯାଏ ସବୁ 

   ଖୁସି ହୁଏ ମନେ ମନେ (3)

ବରଷାରେ  ଭିଜି    ନାଚ ତୁମେ ଯେବେ 

    କାଗଜ ଡ଼ଙ୍ଗା କୁ ଧରି 

ତୁମେ କି ଜାଣିବ    ମୋ ମନ ସଞ୍ଜରେ 

    ବାଜି ଉଠେ ତ ମହୁରୀ (4)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy