STORYMIRROR

Goutam Mohanty

Tragedy Inspirational

3  

Goutam Mohanty

Tragedy Inspirational

ତୁମେ ଗଲାପରେ ଚିହ୍ନିଲି ଦୁନିଆଁ

ତୁମେ ଗଲାପରେ ଚିହ୍ନିଲି ଦୁନିଆଁ

1 min
185


ତୁମେ ଗଲାପରେ   ଚିହ୍ନିଲି ଦୁନିଆ

     ଚିହ୍ନି ଗଲି ମଣିଷଙ୍କୁ,

ବୁଝିଗଲି ସବୁ      ସ୍ୱାର୍ଥପର ଏଠି

     ଭାଙ୍ଗୁଛନ୍ତି ହୃଦୟକୁ।।

ତୁମେ ଗଲାପରେ   ବୁଝୁଛି ଆଜି ମୁଁ

    ତୁମେ ବି ଛଳନାମୟୀ,

ମିଛେ ଖାଲି ତୁମେ   ଅଭିନୟ କଲ

   ହୋଇ ମୋ ଦେହର ଛାଇ।।

ତୁମେ ଗଲାପରେ ହୋଇଛି ଏକେଲା

     ତଥାପି ଅଛି ମୁଁ ଖୁସି,

ନିଜେ ମୁଁ ନିଜକୁ    ଦଣ୍ଡ ଦେଉଅଛି

    ପାଉଛି ପ୍ରେମର ଫାଶୀ।।

ତୁମେ ଗଲାପରେ    ହାରିଗଲି ମୁହିଁ

     ପ୍ରେମରେ ଜିତିବା ବାଜି,

ନିଜର ହୋଇକି    ଖୁସି ଲୁଟିନେଲ

     ଦୁଃଖରେ ଗଲି ମୁଁ ହଜି।।

କଳଙ୍କର ଦାଗ   ହୃଦୟରେ ମୋର

     ବୋଳିଦେଇ ଚାଲିଗଲ,

ତୁମେ ଗଲାପରେ   ବୁଝିଲି ଆଜି ମୁଁ

 (ତୁମେ) ମୋ ସହିତ ଖେଳୁଥିଲ।।

ଶୁଭ ମନାସୁଛି    ଦେଉଛି ଆଶିଷ

     ସୁଖରେ ସଂସାର କର,

ଯେଉଁଠାରେ ଥାଅ ଯେମିତି ବି ଥାଅ

    ହସୁଥାଉ ଓଠ ତୁମର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy