ତୁମ୍ଭେ ସତ୍ୟ ସନାତନ
ତୁମ୍ଭେ ସତ୍ୟ ସନାତନ
ଜୟ ଜୟ ଜଗନ୍ନାଥ ଜଗତର ନାଥ l
ମିଛ ଜଗତରେ ପ୍ରଭୁ ଏକମାତ୍ର ସତ ll
ତୁମ୍ଭେ ସତ୍ୟ ସନାତନ ପ୍ରଭୁ ପରମାର୍ଥ l
ଜୀବନ ରଥରେ ପ୍ରଭୁ ସାରଥୀ ସମର୍ଥ ll
ନୀଳାଚଳେ ବସିଅଛ ଦାରୁ ରୂପ ଧରି l
ଦାରୁବ୍ରହ୍ମ ନିରାକାର ନିର୍ଗୁଣ ମୁରାରୀ ll
ଦରଶନେ ବ୍ରହ୍ମଦାରୁ ଆହେ ଦାରୁବ୍ରହ୍ମ l
କଟିଯାଏ ଜଗତର ସବୁ ମାୟା ଭ୍ରମ ll
ଚକାନୟନ ତୁମ୍ଭର ଆଖି ଯାଏ ଲାଖି l
ଭାରତଯୁଦ୍ଧେ ରଖିଲ ଭରତିଆ ପକ୍ଷୀ ll
ହସ୍ତପଦ ନାହିଁ ପ୍ରଭୁ ଗୋପ୍ୟ କରିଅଛ l
ବଡ଼ ବଡ଼ ଚକାଆଖି ଜଗତ ଦେଖୁଛ ll
ଧର୍ମସଂସ୍ଥାପନ ଅର୍ଥେ ପାର୍ଥର ସାରଥୀ l
ମଉନେ ବସିଛ ପ୍ରଭୁ ମୋହନ ମୂରତି ll
ମଣିମା ମଣିମା ଡାକ ପଣ୍ଡା ପଢ଼ିଆରି l
ଶ୍ରବଣ ଡେରି ଶୁଣୁଛ ସବୁରି ଗୁହାରୀ ll
ବଡ଼ଦାଣ୍ଡେ ଚଳେ ତବ ନନ୍ଦିଘୋଷରଥ l
ମହା ସାରଥିଙ୍କୁ ଶତ କୋଟି ଦଣ୍ଡବତ ll
