STORYMIRROR

pranati Mahapatra

Children

4  

pranati Mahapatra

Children

ତୁମ ଶ୍ରୀପଦେ କୋଟି ଜୁହାର

ତୁମ ଶ୍ରୀପଦେ କୋଟି ଜୁହାର

1 min
399


ହର ହର ଶଙ୍କର ଭୋଳା ମହେଶ୍ବର

ଶ୍ରୀପଦେ କୋଟି ଜୁହାର,

ମହାଶିବରାତ୍ରି ହୁଅ ସୁପ୍ରସନ୍ନ

ଆଜି ପରା ମହା ଜାଗର,

ସାରା ରାତି ଉଜାଗର

ଭକତି ପ୍ରଦୀପ ଜାଳିବି ପ୍ରଭୁହେ

ଏ ଜଗତକୁ ଉଦ୍ଧର।

ଶ୍ରୀପଦେ କୋଟି ଜୁହାର....


ହରି ନିଅ ହର ମଣିଷ ମନରୁ

ହିଂସା ଦ୍ଵେଷ ଲୋଭ ମୋହ,

ଅଜ୍ଞାନ ଅନ୍ଧାର ଅନ୍ତରୁ ହଟାଇ

ଜ୍ଞାନଦୀପ ଜାଳି ଦିଅ,

ଜଗଜ୍ଜନେ ଆଶିଷ ଦିଅ

ହସିଉଠୁ ଧରା ତବ ଶୁଭାଶିଷେ

ଶୁଭୁ ଶିବ ପଞ୍ଚାକ୍ଷର।

ଶ୍ରୀପଦେ କୋଟି ଜୁହାର....


ସବୁରି ଅନ୍ତରେ ଜଳୁଅଛି ପ୍ରଭୁ

ଅଶାନ୍ତିର ଦାବାନଳ,

ବିଶ୍ଵାସ ବଦଳେ କୁହୁଳେ ସବୁଠି 

ଅବିଶ୍ୱାସ ହଳାହଳ,

ସମ୍ଭାଳ ପ୍ରଭୁ ସମ୍ଭାଳ

ରୂପ ରାଇଜରେ ରଙ୍ଗ ଯେ ଅନେକ

ସବୁଠାରେ କୋଳାହଳ।


ଅମୃତ ବାରିଧି ସିଞ୍ଚ ଏ ଧରାରେ

ଶୁଭୁ ଶାନ୍ତିର ଓଁକାର,

ହର ହର ଶିବଶଙ୍କର

ସୃଷ୍ଟିର ଆଦ୍ୟ ଓଁକାର ଧ୍ଵନି

ଶାନ୍ତିର ଧ୍ଵନି ଓଁକାର।

ତୁମ ଶ୍ରୀପଦେ କୋଟି ଜୁହାର....।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children