Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dayanidhi Palei

Romance

3  

Dayanidhi Palei

Romance

ତୁମ ପାଇଁ

ତୁମ ପାଇଁ

1 min
243


ଜାଣେନା କେମିତି ଆସିଲ ଜୀବନେ

ପ୍ରଥମ ଥରକ ପାଇଁ ,

ଫୁଲ ବି ଫୁଟୁଛି ପବନ ବହୁଛି

ନିଇତି ତୁମରି ପାଇଁ।

ଜୀବନର ଏହି ଚଲାପଥଟିରେ 

ତୁମେ ଆସି ମିଳିଗଲ, 

ମୋ ଜୀବ ଜୀବନେ ସୁର ଆଗମନେ

ମତେ ଯେ ହଜାଇ ଦେଲ।

ପକ୍ଷୀଟିଏ ଥିଲି ନୀଳ ଆକାଶର

ଘୁରି ବୁଲୁ ଥିଲି ଏକା,

ଜୀବନର ମାନେ ବୁଝି ମୁଁ ପାରିଲି

ହେଲ ଯେବେ ତୁମେ ଦେଖା।

ଜୀବନକୁ ମୋର ପ୍ରେମର ରଙ୍ଗରେ 

ତୁମେ ଯେ ରଙ୍ଗାଇ ଦେଲ,

ନୂଆ ଆଶା ଆଉ ନୂଆ ସ୍ବପ୍ନ କିଛି

ମୋ ଆଖିରେ ଭରି ଦେଲ।

ଜୀବନକୁ ମୋର ନୂଆ ମୋଡ଼ ଦେଲ

ନୂଆ ଏକ ଗତି ପଥେ,

ଶେଷ ଇଚ୍ଛା ଏବେ ସେହି ଚଲା ପଥେ

ଚାଲିବାକୁ ତୁମ ସାଥେ।


Rate this content
Log in

More oriya poem from Dayanidhi Palei

Similar oriya poem from Romance