STORYMIRROR

Manorama Mohanty

Abstract

2  

Manorama Mohanty

Abstract

ତୁମ ହାତଗଢ଼ା କାଗଜଡ଼ଙ୍ଗା ମୁଁ

ତୁମ ହାତଗଢ଼ା କାଗଜଡ଼ଙ୍ଗା ମୁଁ

1 min
123

ତୁମ ହାତଗଢ଼ା 

କାଗଜ ଡ଼ଙ୍ଗା ମୁଁ 

   ସୁଅ ରେ ଦେଇଠେଲି 

କରିବକି ପାରି 

ଭଵ ପାରାବାର 

   କରୁଛି ଏତିକି ଅଳି


ବରଷା ର ଧାରା 

ବତାସ ର ଦାଉ 

   ଚଲାପଥେ ଚୋରାବାଲି 

ଭଉଁରୀ ଖେଳଇ 

ଲହରୀ ମାଳା ରେ 

   ସଳଖି ପାରେନି ଚାଲି


ଲିଭି ଲିଭି ଆସେ 

ଆଶା ର ପ୍ରଦୀପ 

   ଅସହାୟେ ଜଳି ଜଳି 

ତଥାପି ଚାଲିଛି 

ଦରିଆ ମଝିରେ 

   ଯାଇନି ତୁମକୁ ଭୁଲି


ସଞ୍ଜନଇଁଲାଣି 

ଜୀବନ ଆକାଶେ 

   ଘୋଟିଛି ଅନ୍ଧାର କାଳି 

ଭରସା ରଖିଛି 

ଚରଣେ ତୁମରି 

   ପାରିକରିଦେବ ବୋଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract