STORYMIRROR

Mamatamanjari Das

Abstract

4  

Mamatamanjari Das

Abstract

ତୁ' ଝିଅଟିଏ

ତୁ' ଝିଅଟିଏ

1 min
352


ତୁ' ଝିଅ ଟିଏ,

ହେଲେ ମନେରଖ

ତୁ'କେବେ ଦୂର୍ବଳା ନୁହେଁ

ତୁ'କେବେ ଅବଳା ନୁହେଁ,

ତୋର ବି ଇଛା ଅଛି

ପକ୍ଷ ବିସ୍ତାରି ଛୁଇଁବାକୁ

ମାଟିରୁ ଆକାଶ ।


ତୋ'ଆଖିରେ ଥିବା ସ୍ୱପ୍ନକୁ

ତୁ'ହିଁ ପକ୍ଷ ଦେ

ମାଟିକୁ ଚାହାଁ

ବାଟକୁ ଚାହାଁ ,ସ୍ୱପ୍ନକୁ ବି ଚାହାଁ

ହେଲେ କେବେ ଦୀଗହରା ହଅନି ।


ତୁ'ଝିଅଟିଏ ସତ ,

ହେଲେ ଘିଅ ନୁହେଁ ଯେ

ତରଳି ଯିବୁ ଟିକିଏ ଧାସରେ।


ତୁ ଝିଅ ଟିଏ ବୋଲି

ନିଜକୁ କେବେ ଦୂର୍ବଳା ଭାବି

ଅଳନ୍ଧୁ ପରି ପଡି ରହନି ଘର କୋଣରେ

ତୁ'ପରା ମହାମାୟା

ସ୍ନେହ ମମତାର ମୂର୍ତ୍ତି ମନ୍ତ ଦେବୀ

ତୋର ଇଛା କୁ ସାକାର କରିବା ପାଇଁ

ସଂସାର ର ଜଞ୍ଜାଳ ଭିତରେ ବି

ତତେ ଖୋଜିବାକୁ ପଡିବ ଦୀଗନ୍ତର ବାଟ

ତୋ'ଉଜ୍ଜ୍ବଳ ଭବିଷ୍ୟତ

ତୋ'ଏକାନ୍ତ ନିଜର

ଏପରି କିଛି କରିଯା

ଯେପରି ସ୍ୱର୍ଣ୍ଣାଭ କାଳୀରେ

ଲେଖାହେବ ଇତିହାସ।


ମନେରଖ,

ତୁ'ଝିଅ ଟିଏ

ସବୁ ଇଛା ଆଉ ସ୍ୱପ୍ନ ଭିତରେ ବି

ତୁ'କେବେ ମରିବାକୁ ଦେବୁନି

ତୋର ଶ୍ରେଷ୍ଠ ସମ୍ପଦ ନାରୀତ୍ୱକୁ

କାହିଁକି ନା ତୁ'ଝିଅଟିଏ

ତୋର ଦୂର୍ବାର ଇଛାଶକ୍ତି ସ୍ୱପ୍ନ ଭିତରେ ବି

ତୁ'ସ୍ନେହ ମନ୍ଦାକିନି ଝରଟିଏ

ତୁ'ଝିଅଟିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract