STORYMIRROR

DILIP KUMAR SAHOO

Tragedy

2  

DILIP KUMAR SAHOO

Tragedy

ଠିକଣା ଯାଏରେ ହଜି

ଠିକଣା ଯାଏରେ ହଜି

1 min
169

ନୂଆଖାଇ ପରେ ଗାଁ ରେ ଆମର

   ଘରେ ଘରେ ଝୁଲେ ତାଲା

ଦାଦନ ଯାଆନ୍ତି ଆମ ଗାଁ ଲୋକେ

   ସାଥେ ଧରି ଛୁଆ ପିଲା ।


କୁଆଡେ ଯାଆନ୍ତି କେଉଁଠି ରୁହନ୍ତି

    କେମିତି କାଟନ୍ତି ଦିନ 

ଉତ୍ତର ଦେବାକୁ ନାହିଁ ଜଣେ କେହି

    ପଚାରିଲେ ଏତେ ପ୍ରଶ୍ନ 


ନୂଆଖାଇ ବେଳେ ଗାଁ ରେ ଆମର

   ଦଲାଲ ବୁଲନ୍ତି କେତେ

ଯାଚି ଯାଚି ସିଏ ଟଙ୍କା ବିଞ୍ଚିଥାନ୍ତି

  ଯିଏ ମାଗେ ଯାହା ଯେତେ


ନୂଆଖାଇ ଦିନ ସବୁ ଘରେ ଘରେ

  କେତେ ଖୁସି କେତେ ହସ

ଚିନ୍ତାରେ ଚିନ୍ତାରେ ପିନ୍ଧା ବାସ ତିନ୍ତା

  ପରବ ହୋଇଲେ ଶେଷ


ଦଲାଲ କୁହଇ ଦାଦନକୁ ଗଲେ

   ଅମା ରାତି ଯିବ ପାହି

ମାସ କେଇଟାତ ଖଟିଲେ ସେଇଠି

   ଅଭାବ ରହିବ ନାହିଁ


ଉଜୁଡା ଘରକୁ ସଜାଡିବା ପାଇଁ

    ଆଖିଏ ସପନ ଭରି

ଅଜଣା ରାଇଜେ ଯାଆନ୍ତି ଏମାନେ

    ଦଲାଲ ର ହାତ ଧରି


ସୁଖ ଖୋଜୁ ଖୋଜୁ ଦୁଃଖ ଉବୁଟୁବୁ

    ଲହୁରେ ଯାଆନ୍ତି ଭିଜି

ଫେରିବା ବାଟକୁ ଆଖି ପାଏନାହିଁ

   ଠିକଣା ଯାଏରେ ହଜି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy