Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

rasmi maye pati

Inspirational

3  

rasmi maye pati

Inspirational

ତଥାପି ଜଳୁଛି

ତଥାପି ଜଳୁଛି

1 min
183


ସବୁ ରଙ୍ଗ କଣ ଭିଜେ ଗାଲରେ

ଅଜାଣତେ କିଛି ପଣତରେ ଲୁଚେ

 ଆଉ କିଛି ଲୁଚେ ହୃଦ କାନ୍ଥରେ।।।

ସବୁ ପାପ କଣ ବୁଡେ ଗଙ୍ଗାରେ

ପର୍ଦ୍ଦା ପଛେ କିଛି ନିର୍ଲିପ୍ତରେ ଲୁଚେ

 କିଛି ପୁଣି କାନ୍ଦେ ଦ୍ଵାର ସନ୍ଧିରେ।।।

ସବୁ ମନ୍ତ୍ରୀ କଣ ସଚ୍ଚା ଥାଆନ୍ତି

ଲାଞ୍ଚ ଖିଆ ନେତା ଫିତା କଟା ମନ୍ତ୍ରୀ

 ତଥାପି ପରା ଏ ମଞ୍ଚ ଜଳୁଛି।।।

ମଞ୍ଚ ପାଇଁ କଣ ଆଲୋକ ଲୋଡା

ଆଲୋକେ ଜଳିବ ଅନ୍ଧାରେ ଜଳିବ

 ଦକ୍ଷ ନିର୍ଦ୍ଦେଶକ ମଞ୍ଚକୁ ଯୋଡ଼ା।।

ସବୁ ସ୍ୱପ୍ନ କଣ ହୁଏ ସାକାର

କିଛି ପରା ଲିଭେ ସ୍ମୃତି ଉହାଡରେ

ତଥାପି ଜୀବନ ହାରେ କି ନର??

ସବୁ ଦୋଷକୁ କି ନ୍ୟାୟ ମିଳୁଛି

ପଟି ମାରି କେତେ ହୁଅନ୍ତି ଚମ୍ପଟ

 ତଥାପି ତ ପ୍ରଶାସନ ଚାଲୁଛି।।।

ସବୁ କଳସେ କି ପବିତ୍ର ପାଣି

ମହାକାଳ ଫଳ ପରି ଏ ଦୁନିଆଁ

 ଅନ୍ତରେ ଜହର ବାହ୍ୟ ଟା ମଣି ।।।।

ସବୁ ବିନ୍ଧାଣି କି ଦକ୍ଷ ଥାଆନ୍ତି

କିଏ ହାସ୍ୟ ନେତା କେ ଖଳ ନାୟକ

ତଥାପି ପରା ଏ ମଞ୍ଚ ଜଳୁଛି।।



Rate this content
Log in

Similar oriya poem from Inspirational