STORYMIRROR

KUMUDA CHANDRA DALEI

Inspirational Others

3  

KUMUDA CHANDRA DALEI

Inspirational Others

ତଥାପି ଅସୁମାରି ସ୍ଵପ୍ନ

ତଥାପି ଅସୁମାରି ସ୍ଵପ୍ନ

1 min
13.6K


ଚତୁର୍ଦିଗରେ ପ୍ରକୃତିର ଦାରୁଣ କଷା ଘାତ

ତପ୍ତ ନିଦାଘରେ ପ୍ରଚଣ୍ଡ ଉତ୍ତାପରେ ସନ୍ତୁଳିତ ଜୀବନ

ଜୀବନ ଜଞ୍ଜାଳରେ ସନ୍ତୁଳିତ ମାନବ

ତଥାପି.....

ପ୍ରଚଣ୍ଡ ଉତ୍ତାପକୁ ଖାତିର ନକରି

ନାଉରିଆଟି ଦେଖି ଚାଲିଛି

ତାର ଅସୁମାରି ସ୍ଵପ୍ନ

ଜୀବନ ନଦୀର କରାଳ ସାମାଜିକ ସ୍ରୋତରେ, କ୍ଷୁଦ୍ର

ପାରିବାରିକ ଫଟା ଡଙ୍ଗାଟି ନେଇ

ସ୍ରୋତ ଅତିକ୍ରମ ପୂର୍ବକ କୂଳ କିନାରାକୁ

ସାଉଁଟିବାର ପ୍ରଚେଷ୍ଟା କେତେ ଭୟଙ୍କର

ତଥାପି...

ଦୃଢ ମନୋବଳ ଜାଗ୍ରତ କରାଇ

କର୍ମନିଷ୍ଠତାର ଆହୁଲାରେ

ଅସୁମାରି ସ୍ଵପ୍ନକୁ ସାଉଁଟିବାରେ ବ୍ୟଗ୍ର ସେ

ହେଲେ...

ସାମାଜିକ ସ୍ରୋତର ଭାସୁଥିବା

ମିଥ୍ୟା, ପ୍ରବଞ୍ଚନା, ଦୁର୍ଭାଗ୍ୟ, ପରଶ୍ରୀକାତରତା ଭଲି କଣ୍ଟା ଲତାରେ ବାରମ୍ବାର

ଆଘାତ ପାଇ ଅସ୍ତବ୍ୟସ୍ତ l

ତଥାପି...

ନାଉରିଆ ଉଦ୍ୟମ ଜାରି ରଖିଛି

ଜୀବନ ମରଣର ଦୋ ଛକିରେ

ନିଜର ଅସହ୍ୟତାକୁ ପ୍ରକାଶ କରି କହେ,

"ହେ ଭାଗବାନ ଏ ଆବର୍ଜନା ପୂର୍ଣ୍ଣ ସାମାଜିକ ସ୍ରୋତରୁ ଉଦ୍ଧାର କର ପ୍ରଭୁ"

ଦଙ୍ଗା ପୁଣି ଟଳମଳ ହୁଏ

ସତ ରେ କେତେ ଭୟଙ୍କର ଏ ସ୍ରୋତ

କେହି ଜଣେ ପଛରୁ ଡାକି କହିଲା ପରି l

ଅନୁଭବ କରେ ସେ

"ବାବୁ ରେ ହେଲା କଲେ ବୁଡିବ ଭେଳା"

ଚମକି ଉଠି ଠିଆ ହୋଇ ସେ ଚାହେଁ

ପୁଣି ଆଗକୁ ମାଡିଯାଏ

ହେଲେ ସତରେ ସେ କୂଳରେ ପହଞ୍ଚିବ?

ତାର ଅସୁମାରି ସ୍ଵପ୍ନ କ’ଣ ସତ ହେବ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational