ତରୁଣୀ
ତରୁଣୀ
ସୁନ୍ଦରୀ ଦିଶୁଛ ଶାଢ଼ୀରେ ତମେଲୋ
ଡ୍ରେସ କାହିଁ ପାଇଁ ଲୋଡା
ବୟସର ଛାପ ଜମା ପଡ଼ି ନାହିଁ
ତରୁଣୀ ପଛରେ ଗୋଡା
କଣ ଦିସୁଛ କେମିତି ବର୍ଣିବି
ଶଦ୍ଧ ଆସେ ନାହି ମନେ
ତରୁଣୀ କି ନାରୀ ନଜାଣି ପାରି ମୁଁ
ଭାବେ ବସି ନିକାଞ୍ଚନେ
ଏମିତି ରୂପର ସମାହାରଟିଏ
ନିଖୁନତା ଯାଇଛି ଭରି
ଅପସରୀ ସବୁ ଫିକା ପଡିଯିବେ
ଦେଖିଲେ ରୁପ ତମରି
ଏତେ ସୁନ୍ଦରତା କେଉଁଠୁ ଆସିଲା
ମନ ନହୁଅଇ ସ୍ଥିର
ପ୍ରତିମା ରୂପରେ ଢ଼ଳ ଢଲ ଆଖି
ଆଙ୍କେ ବିନ୍ଧାଣି ଈଶ୍ୱର
ଅସ୍ତଗମି ସୂର୍ଯ୍ୟ ଲାଲିମା ଟିକଟି
ଲଗାଇ ମଥାରେ ତମ
ରୂପ ମଧୁର୍ଯ୍ୟର ଚାରଚାନ୍ଦ ଲଗେ଼ଇ
ନୁହଇଁକେ ତାହା ସମ
ବାସ୍ତବ ମର୍ତ୍ତ୍ୟରେ ଏକିବା ସମ୍ଭବ
ରୂପସୀ ଆସେ ଓହ୍ଲେଇ
ସ୍ଵର୍ଗରୁ ମର୍ତ୍ତ୍ୟର ଦୂରତା ମାପଇ
ରୂପଲାବଣ୍ୟ ମେଲେଇ
ସତେଯେ ତମକୁ ସୁନ୍ଦରୀ କହିବା
ଶବ୍ଦ ସେହି ଲାଜ କରେ
କୁହେ ପୁଣି ସେ ଏତେ ଉଠାନା
ଗଳି ପଡ଼ି ପ୍ରାଣ ହାରେ
ନାଆଁଟା ସିନା ସୁନ୍ଦରୀ ମୋର
କହୁଛି ସୁନ୍ଦରୀ ଶବ୍ଦ
କେମିତି ମୁଁଯେ ସମକକ୍ଷ ହେବି
କହିଲେ ମୋ କଣ୍ଠ ରୁଦ୍ଧ
ଯାହାକୁ ଡାକୁଛି ଆସ ହେଇ ଶବ୍ଦ
ବାର୍ଣିବି ରୁପର ଗାଥା
ଡରନ୍ତି ସଭିଏଁ ପାଖେ ନ ଆସନ୍ତି
ନୁଆଁଇ ତାଙ୍କରି ମଥା
କହଲୋ ରୂପସୀ ଗୁଣଗାରିମା ର
ବର୍ଣୀବି କି ଦେଇ ରସ
ପାଖ ନପଶନ୍ତି ଶବ୍ଦକୋଷ ଗୁଡା
ନ ବଖାଣି ତମ ଯଶ ।।

