ସତରେ ତମକୁ ଚାହୁଁଛି ଏ ମନ
ସତରେ ତମକୁ ଚାହୁଁଛି ଏ ମନ
ସତରେ ତମକୁ ଚାହୁଁଛି ଏ ମନ
ପାଇବାକୁ ସ୍ନେହ ସତେ
ହେଲେ ସମାଜ ଯେ ଗାର ଟାଣି ଦିଏ
ନମିଲଇ କେବେ ମତେ
ଗୌର ବର୍ଣ୍ଣ ତମ ଶରୀରର ରଙ୍ଗ
ଓଠଟି ଗୋଲାପ କଢି
ନୀଳ ଆଖି ସତେ ଆକର୍ଷଣ କରେ
ହୃଦୟକୁ ଧରେ ଭିଡ଼ି
ଗାଲ ଭଉଁରି ଯେ ସ୍ୱଚ୍ଛର ପଟଳ
ଆମନ୍ତ୍ରଣ କରେ ପ୍ରୀତି
ପିଆଲି ଓଠ ମୋ ଭ୍ରମର ପରିକା
ଫୁଲ ଭାବି କରେ ଗତି
ସୁନ୍ଦର ତୁମର ମଥା ର ଟିକିଲି
ଶରଦ ପୂର୍ଣ୍ଣିମା ଜହ୍ନ
ନାସିକାର ନୋଥ କାକର ବୁନ୍ଦା ଯେ
ହଜି ଯାଏ ମୋର ମନ
ପ୍ରୀତି ଅଗଣା ଶରୀରଟି ତମ
ବାସ୍ନା ଭରା ବହୁ ଫୁଲ
ମହକାଇ ଦିଏ ଏହି ମୋର ମନ
ମନେ ମନେ ହୁଏ ଗେଲ
ଓଠ ଖୋଲି ଯେବେ ହସି ଦିଅ ତମେ
ବଙ୍ଗୋପ ସାଗରେ ମୁକ୍ତା
ହୃଦୟ କନ୍ଦରେ ଘନୀଭୂତ ହୁଏ
ପ୍ରେମ ଲଘୁଚାପ ବର୍ଷା
କେମିତି ରହିବି କହାଲୋ ରୂପସୀ
କାହିଁକି ସୁନ୍ଦରୀ ହେଲ୍ଲୁ
ଅଝଟ ଏ ମନ ପାଇବାକୁ ତୋତେ
ମନକୁ ମୋ ଟାଣି ଦେଲୁ
........... ଶେଷ..........

