ତୋ ବିନା ପ୍ରିୟା
ତୋ ବିନା ପ୍ରିୟା
କେମିତି କହିବି ପ୍ରିୟା
ତୋ ବିନା କିଛି ଭଲ ଲାଗେନା
ଆଜି ବି ମନେ ପଡିଯାଏ
ସେ ଦିନର ଭାଲେଣ୍ଟାଇନ ଡେ।
ଚୋରା ପୀରତିର ଚୋରା ଚାହାଣୀରେ
ମନ ମୋର କିଣି ଥିଲ
କଥା ଦେଇଥିଲ ଭୁଲିବିନି କେବେ
ହେଲେ ଆଜି ସବୁ ସ୍ମୃତି ଭୁଲିଗଲ
ପାଖେ ନ ଥିଲେ ବି
ଦେଇ ଥିବା ଉପହାର
ରଖିଛି ଆଜି ସାଇତି
କେମିତି କହିବି
ଆଜି ବି କେତେ ଭଲ ପାଉଛି ।