STORYMIRROR

DR PRASANTA KUMAR BISWAL

Classics Inspirational

4  

DR PRASANTA KUMAR BISWAL

Classics Inspirational

ତୋ ଆଖିର ମାୟା

ତୋ ଆଖିର ମାୟା

1 min
371


ଦେଖିଦେଲେ ବାରେ ତୋ ଆଖିକୁ ଥରେ

ନୟନୁ ଝରଇ ଲୁହ,

ଜାଗତିକ ସୁଖ ଲାଗେସବୁ ତୁଚ୍ଛ

ଭୁଲିଯାଏ ମାୟା ମୋହ।


ତୋ ଆଖିକୁ ଥରେ ଚାହିଁଥିଲା ରାଧା

ପ୍ରେମ ପାଗଳିନୀ ହେଲା

ସ୍ବାମୀ ଠାରୁ ଶାଶୁ ଲଳିତା ବିଶାଖା

ସବୁଠି ନିନ୍ଦା ପାଇଲା।


ସେ ପ୍ରେମ ରସରେ କି ମଧୁ ଅଛି ଯେ

ଗଞଣା ତୁଛ ଲାଗିଲା

ଅପବାଦ ନେଇ ମୁଣ୍ଡରେ ମୁଣ୍ଡେଇ

ତା ନାମ ଶ୍ରେଷ୍ଠ ହୋଇଲା।


ଆଖିରେ ତୋହର ମୋହିନୀ ଶକତି

ଜଗତ ବାଉଳା ହୁଏ

ରାଧା ଠାରୁ ମୀରା ତୋ ଆଖିରେ ଧରା

ସଂସାର ତୋ ପଛେ ଧାଏଁ।


ତୋ ଆଖି ମାୟାରେ ଯିଏ ତ ପଡଇ

ଶାଶ୍ବତ ପୀରତି ଲଭେ,

ବିଷୟ ସୁଖରେ ମନଲାଗେ ନାହିଁ

ମୁକତି ମିଳଇ ଭବେ।


ସଂସାର ମାୟାରେ ବାନ୍ଧଛୁ କାଳିଆ

ଭୁଲିଯାଏ ନାମ ତୋର

ନିଜର ତୁ ବୋଲି   କହିଦେଲି ଖୋଲି   

କରିବୁନି ମୋତେ ପର।


ଏମାୟା ସଂସାରେ ଜୀବନ ଜଞ୍ଜାଳେ

ଏତିକି ମାଗୁଣି ମୋର

ତୋ ଆଖି ମାୟାରେ ଲାଖି ଦେଲେ ଥରେ

ଧନ୍ଯ ହୋଇବ ପାମର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics