ବରଷାରାଣୀ ଆଖିର ପାଣି
ବୋଧହୁଏ ସମୁଦ୍ର
ନହେଲେ ହୋଇଥିବ ଚିଲିକା ହ୍ରଦ
ଆଖି ପାଣି ମିଶି ଟିକେ ଟିକେ ଲୁଣି
ସମୁଦ୍ର ହେଇଯାଇଛି ଲୁଣି
ଚିଲିକାର ଲୁଣ ମାଛ ଚୁଙ୍ଗୁଡ଼ି କଙ୍କଡା ଗଣ
ନେଇ ହୋଇଯାଇଛନ୍ତି ଲୁଣି ମାଛ ଜାଣ
ଚିଲିକାରେ ପକ୍ଷୀ ପିଏ ପାଣି
ସେ ନୁହେଁ ଲୁଣି
ସମୁଦ୍ରରେ ଢେଉ କୁଳ ଖାଏ
ସେ ମଧ୍ୟ ଚିଲିକାରେ ମିଶିଥାଏ
ଯାର ନାମ ନୁହେଁ ଚନ୍ଦ୍ରଭାଗା
କି ପାହାଡ଼ ନଥାଏ ଚଢ଼େଇହଗା
କେବଳ ଥାଏ ରାଜହଂସ
ଯାତ୍ରୀଙ୍କ ରାତ୍ରୀନିବାସ
ଆଉ ମିଳନ ସ୍ଥଳ ନାମ ତଣ୍ଡା
ସେ ନିଶ୍ଚୟ ବର୍ଷା ଠୁ ଖାଇ ମଣ୍ଡା
ହେଇଛି ଲୁଣି ଏକଦମ ବର୍ଷା ପାଣି
ସବୁ ବର୍ଷା ଜଳ ଅଚଳ ଅଥଳ ଆକୁଳ
ଆସିଛନ୍ତି ଧାଇଁ ସମୁଦ୍ରେ ମିଶିବା ପାଇଁ
ଚିଲିକା ବାନ୍ଧି ରଖିଛି ନେଇ
ତଣ୍ଡା ନାମ ଦେଇ
ଝାଉଁବଣ ସହ ରାଜହଂସ ପକାଏ ରାଣ
ରହିଯା ବନ୍ଧୁ ପବନ ବାଲି ପାଣି ସହ
ଡଲଫିନ ଦେଖିବାର ମଜା ନିଆରା
ବର୍ଷ କୁ ବର୍ଷ ବର୍ଷା ପଡି ଅସରା ଆସରା