ତମେ ରଜନୀଗଂଧାର ବାସ୍ନା
ତମେ ରଜନୀଗଂଧାର ବାସ୍ନା
ମୁଁ ମରି ଯିବା ପରେ
ଦରକାର ନାହିଁ ଗୋଟିଏ
ମଧ୍ୟ ଫୁଲ
ଲୋଡ଼ା ନାହିଁ ତମ ବିନ୍ଦୁ ବିନ୍ଦୁ ଲୁହ
ଯାହା ମୁଁ ଦେଖି ପାରିବି ନାହିଁ ।
ମନେ ହୁଏ ତମକୁ ହିଁ
ମୁଁ ଦେଖୁଚି ଏତେ କାଳ
ତମେ ଚାହୁଁ ନାହଁ ମୋଟେ
କାହିଁକି ମୋ ଅନ୍ତରରୁ ଶ୍ରଦ୍ଧା
ଉଠେ ତମ ପାଇଁ !!

