ତିନୋଟି ବିନ୍ଦୁ
ତିନୋଟି ବିନ୍ଦୁ
ନମ୍ର ନିବେଦନ ସରକାରଙ୍କୁ
ସମର୍ଥନ ଦରକାର ନାହିଁ
ବିକସିତ ମାନସିକତା କେବଳ
ପରିବର୍ତ୍ତନ ଆଣିବ
ସମୟ ମଣ୍ଡଳ ବୁଣିବ
ଇନ୍ଦ୍ରଧନୁସୀ ରଙ୍ଗ ବେରଙ୍ଗ ଶତଦଳ
ମାଳ ମାଳ ଯୋଜନା
ଚିନ୍ତା ଚିନ୍ତନ ବିଡମ୍ବନା
ପଣ ପଣ ପ୍ରତିଜ୍ଞା
କରୁଣା ବେଦନା ପ୍ରତାରଣା
ଭାଙ୍ଗିଦିଅ ସବୁ ବିଦ୍ୟାଳୟ
ବନ୍ଦକର ସବୁ କଲେଜ ବିଶ୍ଵବିଦ୍ୟାଳୟ
ତାଲା ଝୁଲେଇ ଦିଅ
ସବୁ ବିଦ୍ୟା ନିକେତନ ଶିକ୍ଷାଳୟ
କି ଲାଭ ଖୋଲି ନିର୍ମାଣି ଏ ସବୁ
ପାଠ ପଢ଼ା ସରିଲା
ନେତାଗିରି ଗଜୁରିଲା
ନେତା ହାତରେ ଚାବିଦିଆ ଖେଳଣା
ଜିନ୍ଦାବାଦ୍ ମୁର୍ଦ୍ଦାବାଦ୍ ପାଇଁ
ପାଠୁଆ ଛାତ୍ର ବିଚରା
ଟିପ ମରା ପାଦଚଟାର ଠିକଣା
ସବୁ ପୁସ୍ତକାଳୟ ପୋଡିଦିଅ
ଲକ୍ଷ ଲକ୍ଷ ଗଚ୍ଛିତ ବହି ସବୁ ଜାଳିଦିଅ
ଥାକ ଥାକ ପୁରାଣ ମହାପୁରଣରେ
ନିଆଁ ଲଗେଇ ଦିଅ
କି' ଲାଭ ଏ ପୁସ୍ତକ ପଠନ ପାଠନରେ
ନିଟ୍ ପରୀକ୍ଷାରେ ପ୍ରଶ୍ନପତ୍ର କିଣି
ଏମ୍ ବିଏସ୍ ଡାକ୍ତର ମାରୁଛି କେତେ ମଣିଷ
ଆଇନ୍ ଅଧ୍ୟାପକ ହତ୍ୟା କରୁଛି ଜନ୍ମଦାତା ବାପାଙ୍କୁ
ହାତ ଗଣତିରେ କେତେ ଧର୍ମଗୁରୁ କେତେ ଧର୍ମପୁସ୍ତକ
ଆଙ୍ଗୁଳି ଗଣତିରେ କେତେ ଛଦ୍ମବାବା
ରାମ ରହିମ୍ ଆଶାରାମ ସାରଥୀ ବାବା
ଆଠ ଶହ କୋଟି ଲୋକଙ୍କ ଆଖିରେ
ଅନ୍ଧପୁଟୁଳି ବାନ୍ଧି
ବେପାର ବଣିଜ କରୁଛନ୍ତି
ଧର୍ମ ନାମରେ ଧର୍ମାନ୍ତରଣ ଚାଲିଛି
କର୍ମ ନାମରେ ଜେହାଦ୍ ଚାଲିଛି
କି ଲାଭ ଏ ପୁରୁଣା ମଠରେ
କି ଭଲ ଏ ମଣିଷ ମାରଣ ପାଠରେ
ମାତ୍ର ତିନୋଟି ବିନ୍ଦୁରେ ଶିକ୍ଷା ବଳୟ
ସର୍ବ ଧର୍ମ ସମାନ
ସର୍ବେ ଲଭନ୍ତୁ ସମ୍ମାନ
ମାନବ ସେବା ହିଁ ମାଧବ ସେବା
ସର୍ବମାନ୍ୟ ସର୍ବସମ୍ମାନ
