ଥରେ ନାମ ଧାର, ମୁଖେ ଶ୍ରୀହରି
ଥରେ ନାମ ଧାର, ମୁଖେ ଶ୍ରୀହରି
ସ୍ୱୟଂ ପରମ ବ୍ରହ୍ମ ଧରା ପୁଷ୍ଟେ ବିଦ୍ୟ ମାନ,
କାହିଁ ହେଉ ବାଇଆ ଡାକେ ଥରେ ତା ନାମ ଧାରୀ।
ଗୋବର୍ଧନ ଗିରି ଏକ ଅଙ୍ଗୁଠେ ସେ ଥିଲା ଧାରୀ,
କାହୁଁ କାହୁଁ ବିପଦ ଦେଇଛି ସେ ଟଳି ।
କିଛି ଲୋଡ଼ା ନାହିଁ ମୋର ମାଗୁ ନାହିଁ ସେ କିଛି ଦେଲା ଭଳି,
ମାଗେ ଏତିକି ମାତ୍ର ତ୍ୟାଗ, ଭକ୍ତି, ପ୍ରେମେ ମତେ ବାନ୍ଧି ରଖ ।
ଦ୍ରୌପଦୀ ପଚାରିଲା ପରି, ତୁମେ ଥାଉ ଥାଉ ହେଲି ମୁଁ ବସ୍ତ୍ର ହାରି,
ବୋଲନ୍ତି ବାସୁଦେବ ସଭିଙ୍କୁ ବାରି ବାରି ଶେଷେ ଟେକିଲ ହସ୍ତ ମୋ ନାମ ଧାରୀ!
ଗଜେ ଡାକଇ ଜଳେ ଥାଇ ହେ ସଂସାର ର ରକ୍ଷ୍ୟକ,
ଉଦ୍ଧାର କର ମତେ ମୋ ଭାସିବେ ମୋ ପରିବାର ।
ଦଶ ଅବତାରୀ ଭିନ୍ନ ଭିନ୍ନ ରୂପେ ସାଜିଥିଲ ସୁରକ୍ଷ୍ୟକ,
ଆଜ ପ୍ରଭୁ ଧାରିବ କି ରୂପ ଏ" ଦାନା ରୁ ବଂଚିତ ହେବ ଜଗତ ।
