STORYMIRROR

Dr Baman Chandra Dixit

Abstract Others

4  

Dr Baman Chandra Dixit

Abstract Others

ଥରେ କହିଦିଅ

ଥରେ କହିଦିଅ

1 min
229


ଥରେ କହି ଦିଅ ଖୋଲି ମନକଥା

ସବୁ ସହି ନେବି।

ପ୍ରେମ ହେଉ ଅବା ହେଉ ପ୍ରତାରଣା

ସବୁ ସହି ନେବି।।


ଥରେ ଶୁଣି ନିଅ ମୋ ମନର ବ୍ୟଥା

ବେଦନା ଯେତେକ

ଯାହା ହେଲେ ହେଉ ତୁମ ପ୍ରତିକ୍ରିୟା

ସବୁ ସହି ନେବି।।


ଥରେ ଦେଖି ନିଅ ଆଡ଼େ ମୋ ଆଡ଼କୁ 

ନଜର ଫେରେଇ

ଯାହା କହି ନ ପାରିବ ମୁହଁ ଖୋଲି

ସବୁ ବୁଝି ଯିବି।।


ଥରେ ଭାବି ନିଅ କି ବା ପାଇଛି

କି ଅବା ହରେଇଛି

ଯଦି ସ୍ପନ୍ଦିତ ହେବି ମୁଁ ହୃଦେ ତୁମ

ସବୁ ଜାଣି ଯିବି।।


ନିଜେ ନିଜ ଠାରୁ ଦୂରେଇ ଯାଉଛ

ଛାଇ କୁ ପଚାର

ମାୟା ମମତା ର ମୋହ ବନ୍ଧନରେ

ବନ୍ଧା ଦିଶୁ ଥିବି।।


ଥରେ ପଢି ନିଅ ମଲାଟ ତଳର

ଶବ୍ଦ କାରୁଣ୍ୟ ମୁଁ

ତତଲା ଲୁହର ଧାର ଝର ଝର

ହୋଇ ଝରି ଯିବି।।


ଯଦି ସରି ଯାଇଥାଏ ସମ୍ବେଦନା 

ସବୁ ମନ ତଳୁ

ସମର୍ପଣ ଭିଜା ପ୍ରୀତି ସ୍ମୃତି ସବୁ

ଜାଳି ଜଳି ଯିବି।।


ଥରେ ଆସିବ ନିଶ୍ଚୟ ଜାଣିଛି ମୁଁ

ଶେଷ ଆଶା ନେଇ

ଶେଷ ଶ୍ବାସ ଛାଡ଼ି ଜୁଈ ଶେଜ ପରେ

ଯେବେ ଶୋଇ ଥିବି।।


Rate this content
Log in

Similar oriya poem from Abstract