STORYMIRROR

Subhalaxmi Nayak

Children

4  

Subhalaxmi Nayak

Children

ସୁପରମ୍ୟାନ

ସୁପରମ୍ୟାନ

1 min
388

ଗଙ୍ଗାଧର ମହାପାତ୍ର ଜଣେ ଗଣିତ ମାଷ୍ଟର

ତାଙ୍କ ନାମ ନେଲେ ପିଲାଙ୍କ ମନରେ ଡ଼ର

ସାଧାରଣ ମଣିଷ ବୋଲି ସଭିଙ୍କ ବିଚାର

ଏହା କିନ୍ତୁ ଗୋଟିଏ ଅତ୍ୟନ୍ତ ଗୁପତ ଖବର

ଅନ୍ୟ ଏକ ରୂପ ଅଛି ଯାହା ତାଙ୍କର

ସାଧାରଣ ଜନତାଙ୍କୁ ପଡ଼ିଲେ ଦରକାର

ରୂପ ଧାରଣ କରନ୍ତି ସେ ସୁପରମ୍ୟାନର।


ଏଲିଏନ ଆକ୍ରମଣ ହୋଇଥିଲା ଥରେ

ତ୍ରାହି ତ୍ରାହି ଡାକୁଥିଲେ ମଣିଷ ସବୁଆଡ଼େ

ବରଦାନ ମିଳିଲା ସ୍ୱୟଂ ଭଗବାନଙ୍କ ଠାରୁ

କ୍ଷୀଣ ଶରୀର ପାଲଟିଗଲା ଭୀମଙ୍କ ପରି

ବରଦାନରେ ମିଳିଲା ତାଙ୍କୁ ଉଡ଼ିବାକୁ ଶକ୍ତି

କଷଣ ପାଉଥିବା ମଣିଷକୁ ଦେବାକୁ ମୁକ୍ତି

ସେ କରିଲେ ଭଗବାନଙ୍କ ସହିତ ଚୁକ୍ତି।


ସମଗ୍ର ପୃଥିବୀରେ ସୁପରିଚିତ ତାଙ୍କ ନାମ 

ସୁପରମ୍ୟାନ ବୋଲି ପିଲାଙ୍କୁ କରନ୍ତି ଦିଗଦର୍ଶନ

ଅଧର୍ମ ନାଶି ଧର୍ମ ପ୍ରତିଷ୍ଠା କରି

ପୂର୍ବ ରୂପକୁ ସେ ଆସନ୍ତି ଫେରି

ଉତ୍ସାହିତ ହେଉଥାନ୍ତି ଗଙ୍ଗାଧର ମହାପାତ୍ର 

ଶୁଣି ସୁପରମ୍ୟାନର ଜୟ ଜୟ କାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children