The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

DILIP KUMAR SAHOO

Romance

3.9  

DILIP KUMAR SAHOO

Romance

ସୁନ୍ଦରୀ ଝିଅ ଦିଶେ ଆହୁରି ସୁନ୍ଦର

ସୁନ୍ଦରୀ ଝିଅ ଦିଶେ ଆହୁରି ସୁନ୍ଦର

1 min
298


    ବଉଦ ଭାସିଲେ ନୀଳ ଆକାଶରେ

        ରଙ୍ଗ ତାର ନୂଆ ଦିଶେ

    ଚଉଦ ପୁରିଲେ ସୁନ୍ଦରୀ ଝିଅଟି

       ଆହୁରି ସୁନ୍ଦର ଦିଶେ ।


   ପନ୍ଦର ପୁରିଲେ  ଖୋଜେ ତା ନଜର

      ନିଜର ନିଜର କେହି

  ଯେମିତି ଜହ୍ନର ଯୋଛନାକୁ ସତେ

     ଖୋଜୁଥାଏ ନୀଳ କଇଁ     

  ଷୋହଳ ପଶିଲେ  ଷୋଳ ବୟସୀ ସେ

     ମହମହ ହୋଇ ବାସେ

     ରଙ୍ଗ ତାର ନୂଆ ଦିଶେ ।


  ସତର ପୁରିଲେ  ହଜାରେ ସପନ

     ମନ କରେ ତାର ଚୋରି

  ଉଛୁଳି ପଡଇ  ରୂପ ଯଉବନ

     ଦେହ ଲାଗେ ଭାରି ଭାରି

  ଅଠର ପୁରିଲେ  ଡେଣା ଝାଡି ମନ

     ଅଜଣା ରାଇଜେ ଭାସେ

    ରଙ୍ଗ ତାର ନୂଆ ଦିଶେ ।


   ଉଣେଇଶ ଯେବେ ପୂରିଯାଏ ଝିଅ

      ଉଣା କରୁଥାଏ ମନ

  କୋଡିଏ ପୂରିଲେ ଅଲିଅଳୀ ଜେମା

      ଗଣୁଥାଏ ବସି ଦିନ

  କିଏ ରାଜାପୁଅ ରୋଷଣୀ କରିଲୋ

       ନେବ ତାକୁ ପରଦେଶେ..

      ରଙ୍ଗ ତାର ନୂଆ ଦିଶେ ।


Rate this content
Log in