STORYMIRROR

Kabiratna Nutan Kumar Behera

Romance Action Classics

4  

Kabiratna Nutan Kumar Behera

Romance Action Classics

ସପନଟିଏ ଫଗୁଣ ପାଇଁ

ସପନଟିଏ ଫଗୁଣ ପାଇଁ

1 min
380

ଲୋ ଫଗୁଣ ! 

ତୁ ଆସିବୁ ବୋଲି 

କେତେ ସମ୍ଭାର ନେଇ, 

ଶୁଣୁଛି ତୋ ପଦଧ୍ବନୀ 

ଦେଖୁଛି ତୋ ବର୍ଣ୍ଣଛଟା

ସପନେ ସପନେ 

ଆତ୍ମବିଭୋର ହୋଇ। 

ନିଦ୍ରା ବିଯୋଡିତ ନୟନେ 

ମନର ପାଦପରୁ ଝଡି ପଡେ 

କ୍ଳାନ୍ତିର ପତ୍ରସବୁ,

ଏକ ସମ୍ଭାବନାର ଆବେଗତା

ହୃଦୟର ସ୍ପନ୍ଦନେ 

ଅଙ୍ଗେ ଭରି ତୁ ଶୋଭା ଶିରୀ 

ନବ ପତ୍ରେ କଅଁଳି ଉଠିବୁ।

ବହି ଆସି ବସନ୍ତର ମଳୟ 

ତୋ ମଧୁ ଓଠେ 

ଚୁମ୍ବନଟିଏ ଦେବ ଆଙ୍କି, 

ଅଧର ଧାରେ ତୋର 

ଫୁଟି ଉଠିବ ହସର ଫୁଲ  

ଲାଜେ ଲାଜେ ଯିବୁ ତୁ ଶଙ୍କି। 

ଲୋ ଫଗୁଣ !

ତୋ ଆସିବାର ବାଟରେ 

ସଜାଇ ସୁନ୍ଦର ତୋରଣ 

ସ୍ବାଗତମ୍ ଦେଇଛି ଲେଖି,

ଛାଇ ଛାଇ ଅଳସ ନିଦରେ 

ତୋ ଚୁଲବୁଲି ଠାଣି 

ପାରୁଛି ସହଜେ ଦେଖି।

ମନ ମୋର ଯାଏ ଲୋ ଲାଖି 

ତୁ ଆସିବୁ ପୁନେଇଁ ଜହ୍ନ ସାଜି, 

ସତ ହେବ ମୋ ଏ ସପନ 

ଦେଖୁଛି ଯାହା ଆଜି। 

ଆଶା ମୋର ଭାଷା ହୋଇ 

ତୋଳିବ ମଧୁର ମୂର୍ଚ୍ଛନା, 

ତୁ ମୋ ଭାବର ଭାବନା 

ଆସିବୁ ଯେବେ 

କରି ତୋର ଅଭ୍ୟର୍ଥନା 

କରିବି ଷୋଡ ଉପଚାରେ 

ତୋ ପୂଜା ଅର୍ଚ୍ଚନା। 

ସପନଟିଏ ଦେଖୁଛି ତୋ ପାଇଁ 

ତୁ ମୋ ଜୀବନ ଆକାଶେ 

ଆସିବୁ ଯେବେ ଉଇଁ, 

ସୁନେଲି ସୁନେଲି ଆଲୁଅରେ 

ହସି ଉଠିବ ମୋ ଘର ଅଗଣା

ସପନ ସାଗରର ଲହରୀ 

ସବୁ ନାଚି ନାଚି ଯିବ ଛୁଇଁ  

ମୋ ପ୍ରତୀକ୍ଷାର ବେଳାଭୂଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance