STORYMIRROR

Kali Kumar

Comedy

4  

Kali Kumar

Comedy

ସପନ ଦେଖା ସରିଛି

ସପନ ଦେଖା ସରିଛି

1 min
336

ସପନି ଆଜାଙ୍କ ନାହିଁ ଆଉ ସେହି ବିଛଣା

ହାତ ତିଆରି କନ୍ଥା ତଳେ ସପ ମଶିଣା 

ସପନ ଦେଖିକି ପଡୁନାହିଁ ସେ ଭୁଇଁରେ

ଗାଁ ଛାଡ଼ି ଏବେ ରହୁଛି ପରା ସେ ସହରରେ ।।


ନରମ ରେଶମୀ ଦିଆ,

ଡୋଲଫୋ ଗଦିରେ ଶୋଉଛି

ବେଶଭୁଷା ସବୁକିଛି,

କ'ଣ ଆଗ ପରିକା ରହିଛି ?


ଚାକିରିଆ ପୁଅର ମିଜାଜ୍ ସହ ଚାଲିବାକୁ

ଶତ ଚେଷ୍ଟା ସେ କରୁଛି,

ବୃଦ୍ଧ କାଳରେ, ନୂଆଁ ଚଳଣିଟା

କ'ଣ ସହଜେ ଦେହସୁଆ ହଉଛି !


ବିଛଣା ଛାଡ଼ିକି,

ଗଦିରେ ଶୋଇବା ଦିନୁ

ଅଣ୍ଟାଟା ଦରଜ ହେଉଛି,

କିନ୍ତୁ,

ଓଃ ! ଆଃ ! କରି ସହୁଛି,

ପୁଅର, ଇଂଗିଲିସି ଭୁସିକୁ ଡରୁଛି

ମଝିରେ ମଝିରେ ଗାଁ କଥା କେତେ ଭାବୁଛି

ସପନ ଦେଖା ସାଥି ବିଛଣାକୁ ନିତି ଝୁରୁଛି

କିନ୍ତୁ 

ଉହୁଃ ଆଃ ! ହୋଇ ସବୁ କଷଣକୁ ସହୁଛି ।।


ଯିବ ଯିବ ଭାବି ଗାଁକୁ ତା'ର 

କେତେ ମନ ସେ କରୁଛି

ଏଣେ, ପୁଅ ସନ୍ନମାନ କଥା

ଅଚିରେ ମନେ ପଡ଼ୁଛି

ମନକୁ ବୁଝେଇ ଦେଉଛି

ଉହୁଃ ! ଆହାଃ ! ହୋଇ ସବୁ କଷଣକୁ ସହୁଛି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy