Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Inspirational

4.5  

DILIP KUMAR SAHOO

Inspirational

ସଞ୍ଚିବା ଭଲରେ ବଞ୍ଚିବା

ସଞ୍ଚିବା ଭଲରେ ବଞ୍ଚିବା

1 min
134


 ଗୋଟିଗୋଟି ଟଙ୍କା ସଞ୍ଚୟ କରିଲେ

କୋଟିଏରେ ହୁଏ ଗଣା

ଆସରେ ସଞ୍ଚିବା ଭଲରେ ବଞ୍ଚିବା

ଅବେଳେ ହେବାନି ବଣା l

 

ଅଯଥାରେ ଅବା ଅବାଟରେ ଜମା

ଖର୍ଚ୍ଚ କରିବାନି ଧନ

ଆୟଠାରୁ ବ୍ୟୟ ବଳେଇ ପଡିଲେ

ଅଥୟ ହୁଅଇ ମନ l


 ଧନ ସଞ୍ଚିଥିଲେ କାମରେ ଲାଗଇ             

ବେଳ ଅବେଳରେ ସେହି

ଏଠିସେଠି ନୁହେଁ ବ୍ୟାଙ୍କରେ ସଞ୍ଚିଲେ

ଡରରଭୟ ରହେ ନାହିଁ l


ସୁଧ ମିଳେ ପୁଣି ମୂଳ ସୁରକ୍ଷିତ 

ଶୁଣ ମୋ ଭଉଣୀ ଭାଇ

ସଞ୍ଚିବାର ଏହି କଳା କଉଶଳ

ସବୁ କାନେ ଯିବା କହି


 ସଞ୍ଚିବା ଆଗରୁ ସୁରକ୍ଷା ଦିଗକୁ

 ଭଲଭାବେ ବୁଝିବାଟି

 ମିଠା କଥାରେତ ଭୁଲିଯାଇ କାର

 ସଞ୍ଚିବାନି ଏଠିସେଠି l


ବ୍ୟାଙ୍କରେ ସଞ୍ଚୟ ନାହିଁ ଜମା ଭୟ

ଶତପ୍ରତିଶତ ସତ

ଆଉ ସବୁ ପରା ମିଛ ,ପ୍ରତାରଣା

 ଶୁଖିବନି ଜମା କ୍ଷତ l


ଅଧିକ ଲାଭର ଲୋଭରେ ପଡିଲେ

ମୂଳ ବୁଡିବାର ଭୟ

ଝାଳବୁହା ଧନ ଭୂତ ଖାଇଯିବେ

ଢାଳୁଥିବ ବସି ଲୁହ l



Rate this content
Log in

Similar oriya poem from Inspirational