STORYMIRROR

Abhaya Kumar ଅଭୟ କୁମାର Pradhan ପ୍ରଧାନ

Abstract

2  

Abhaya Kumar ଅଭୟ କୁମାର Pradhan ପ୍ରଧାନ

Abstract

ସଂସ୍କାର

ସଂସ୍କାର

1 min
125

କିଏ କହିବ ମୋତେ

ବୁଢ଼ୀ ଅସୁରୁଣୀ ରାମାୟଣ ମହାଭାରତ ର କଥା

ମୋ ବହିରେ ଖାଲି ପୃଷ୍ଠା ପୃଷ୍ଠା ଇଂରାଜୀ କବିତା

ଜେଜେ ଜେଜି

କାହିଁ କେତେ ଦୁରେ

ଦେଖା ହୁଏ ବର୍ଷକୁ ଥରେ 

ଦୁର୍ଗା ପୂଜା ଛୁଟି ରେ

ଗାଁ ସାହି ପିଲାଙ୍କ ଭିଡରେ

ମୁଁ ପରଦେଶୀ

ମୋ ଠିକଣା ସହର ର ଭଡା ଘର

ଫ୍ଲାଟ ନମ୍ବର ଶହେ ଏକା ଅଶୀ

ବେଳେ ବେଳେ ପ୍ରଶ୍ନ ଉଙ୍କିମାରେ

ଆମେ କିଆଁ ଏତେ ଦୁରେ

ବୁଢା କାଳେ ଜେଜେ ଜେଜି

ଏକା ଏକା ଏତେ ବଡ଼ ଘରଟାରେ, 

କାନ ଶୁଣେ ଫୁସ୍ ଫାସ୍ କଥା

ସେଠି ସବୁ କାଳେ 

ଗାଉଁଲି ଅର୍ଦ୍ଧ ଶିକ୍ଷିତ

ମୋ ଭବିଷ୍ୟତ ପାଇଁ ସହରୀ ଜଳବାୟୁ ଲୋଡ଼ା

ପଚାରନ୍ତି କି ପାପା ଙ୍କୁ

ସେ କେମିତି ବଡ଼ ହେଲେ

ସେଇ ଗାଁ ପାଣି ପବନ ରେ

ବନିଗଲେ ବଡ଼ ଅଫିସର

ମନେ ପଡିଗଲା

ଜେଜେ କହୁଥିଲେ

ପାପା ମମି ଙ୍କ ମୁଁହ ରେ ଜବାବ ଦେବୁନି

ଏହା ହିଁ "ସଂସ୍କାର"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Abhaya Kumar ଅଭୟ କୁମାର Pradhan ପ୍ରଧାନ

Similar oriya poem from Abstract