STORYMIRROR

Abhaya Kumar ଅଭୟ କୁମାର Pradhan ପ୍ରଧାନ

Others

3  

Abhaya Kumar ଅଭୟ କୁମାର Pradhan ପ୍ରଧାନ

Others

ନାଉରୀ

ନାଉରୀ

1 min
179

ମୁଁ ନାଉରୀ

ଏଠି ଖୁବ୍ ବିପଦ

ପ୍ରଶ୍ନ କେବଳ ଧନ-ଜୀବନ ର ନୁହେଁ,

ପ୍ରଶ୍ନ ଭବିଷ୍ଯତ ର।

ଗରିବ ବାପା-ମାଆ, ନିଷ୍ପାପ ଶିଶୁ

ସହଯାତ୍ରୀ ମୋ ନୌକା ରେ, ଖୁବ୍ ଭରଷା ରେ।

କେବଳ ଅଣ୍ଟିରେ ଧନ ନାହିଁ ବୋଲି

ନଚେତ୍ ସେମାନେ ବି ଅଟୋ ଚଢ଼ି ପାରି ହେଇଯାଇଥା'ନ୍ତେ ଏ ଉଛୁଳା ନଈ କୁ

ବାଇପାସ୍ ପୋଲ ଦେଇ।

ବାଧ୍ୟବାଧକତା ନ ଥିଲେ

କିଏ ଭବିଷ୍ଯତ କୁ ଖାତର୍ ନ କରି

ବସିଥା'ନ୍ତା ଏ ଅଧାବୁଡ଼ା ନାଆରେ !!!

ମୁଁ ବି ବେଳେବେଳେ ପଚାରେ ନିଜକୁ

କାହିଁକି ନାଉରୀ ଟିଏ ହେଲି ?

ପ୍ରଖର ସୁଅ, ପ୍ରଚଣ୍ଡ ବେଗରେ ପବନ

ଚଉଦିଗ ରେ ନୀଳ ଜଳରାଶି

ଟଳମଳ ନୌକା, ସାହାରା କେବଳ ଫଟା ଆହୁଲା ଟିଏ

ଡଙ୍ଗା କ'ଣ ଲାଗିବ ଘାଟରେ ???

ନିଜର, ନୌକାର ସୁରକ୍ଷା ପାଇଁ,

ଟାଇଁ ଟାଇଁ ଖରାରେ, ମୂଷଳ ବର୍ଷାରେ, ଜାଡ଼ୁଆ ଶୀତ ରେ

ରାଜ ନଅର ଆଗରେ ଲମ୍ବ ହେଇ ଶୋଇବାକୁ ପଡ଼ୁଛି

ମାସ ମାସ, ବର୍ଷ ବର୍ଷ ପ୍ରତିଶ୍ରୁତି ଅପେକ୍ଷା ରେ।

କି ପ୍ରତିଶ୍ରୁତି ଦେବି

ସବୁ ଯାତ୍ରୀ ସୁରକ୍ଷିତ ଓହ୍ଲାଇବେ ଘାଟରେ !

ତଥାପି ଦୁଇ ହାତରେ ସବୁ ବଳ ଲଗାଇ

ମୁଁ ବାହୁଛି ନାଆ, "ବିଭୁ" ଭରଷା ରେ

"ନାଉରୀ" ଧର୍ମ ପାଳନ କରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Abhaya Kumar ଅଭୟ କୁମାର Pradhan ପ୍ରଧାନ