STORYMIRROR

Abhaya Kumar ଅଭୟ କୁମାର Pradhan ପ୍ରଧାନ

Others

3  

Abhaya Kumar ଅଭୟ କୁମାର Pradhan ପ୍ରଧାନ

Others

ସମୟ ଓ ସମ୍ପର୍କ

ସମୟ ଓ ସମ୍ପର୍କ

1 min
277

ସମୟ ଟା ବଡ଼ ଧୋକା ବାଜିଆ ଟେ, କିଛି ନ ବୁଝ ଇ ସିଏ

ତାର ଚକ ତଳେ ସବୁ ସମ୍ପର୍କକୁ ମାଟିରେ ମିଶାଇ ଦିଏ, 

ଆପଣାକୁ କେବେ ପର କରିଦିଏ,ପରକୁ ଆଦରି ନିଏ

ଭଲ ପାଇବାର ମୂଲ କି ବୁଝିଛି, ଦଗବାଜିଆ ଟେ ସିଏ। 


ସମୟ ଚକ୍ରରେ କେତେ ଯେ ସମ୍ପର୍କ ନିତି ଭଙ୍ଗା ଗଢ଼ା ହୁଏ

ମନର ମଣିଷ, ପ୍ରେମର ପୁରୁଷ କେତେବେଳେ ଧୋକା ଦିଏ,

ସବୁ ଦେଖି ଶୁଣି ନୀରବ ନିଥର ପାଷାଣ ପାଲଟି ଯାଏ। 


ଭଲ ପାଇବାଟା, ନୁହେଁ ତ ସହଜ

ପାଇଛି ଯେ ଭଲ ଜାଣେ, 

ଅନ୍ତର୍ଦାହ ରେ ଜଳୁଥାଏ ଖାଲି, ଆଖି ଲୁହ ଓଠ ପିଏ। 

ରାଧାଙ୍କୁ ଠକିଲେ ପରମ ପୁରୁଷ, କିବା ଛାର ଏ ମଣିଷ

ପ୍ରେମ ଶବ୍ଦ ସିନା ଶୁଣିବାକୁ ମିଠା ଖାଲି ହଳାହଳ ବିଷ। 


ଏ ବିଷକୁ ପିଇଛି ଯିଏ, 

ପଚାରି ବୁଝିବ ଭଲ ପାଇବାଟା କେତେ ଯେ ଯନ୍ତ୍ରଣା ଦିଏ

କିଏ ସେ କହିବ, କୋଉଠି ଲିଭିବ

ଜୀବନ ଦୀପ ସଳିତା, 

ପ୍ରତିଶୃତି ନୁହଁ,  ପ୍ରତିଜ୍ଞା ଟେ ଲୋଡା 

ଜନ୍ମ ଜନ୍ମାନ୍ତର ସାଥେ ଥିବା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Abhaya Kumar ଅଭୟ କୁମାର Pradhan ପ୍ରଧାନ