STORYMIRROR

Abhaya Kumar ଅଭୟ କୁମାର Pradhan ପ୍ରଧାନ

Others

3  

Abhaya Kumar ଅଭୟ କୁମାର Pradhan ପ୍ରଧାନ

Others

ସଂସ୍କାର

ସଂସ୍କାର

1 min
908

କିଏ କହିବ ମୋତେ

ବୁଢ଼ୀ ଅସୁରୁଣୀ ରାମାୟଣ ମହାଭାରତର କଥା

ମୋ ବହିରେ ଖାଲି ପୃଷ୍ଠା ପୃଷ୍ଠା ଇଂରାଜୀ କବିତା ।

ଜେଜେ ଜେଜି

କାହିଁ କେତେ ଦୁରେ

ଦେଖା ହୁଏ ବର୍ଷକୁ ଥରେ 

ଦୁର୍ଗା ପୂଜା ଛୁଟିରେ ।

ଗାଁ ସାହି ପିଲାଙ୍କ ଭିଡରେ

ମୁଁ ପରଦେଶୀ

ମୋ ଠିକଣା ସହରର ଭଡା ଘର

ଫ୍ଲାଟ ନମ୍ବର ଶହେ ଏକା ଅଶୀ ।

ବେଳେ ବେଳେ ପ୍ରଶ୍ନ ଉଙ୍କିମାରେ

ଆମେ କିଆଁ ଏତେ ଦୁରେ

ବୁଢା କାଳେ ଜେଜେ ଜେଜି

ଏକା ଏକା ଏତେ ବଡ଼ ଘରଟାରେ, 

କାନ ଶୁଣେ ଫୁସ୍ ଫାସ୍ କଥା

ସେଠି ସବୁ କାଳେ 

ଗାଉଁଲି ଅର୍ଦ୍ଧ ଶିକ୍ଷିତ

ମୋ ଭବିଷ୍ୟତ ପାଇଁ ସହରୀ ଜଳବାୟୁ ଲୋଡ଼ା ।

ପଚାରନ୍ତି କି ପାପାଙ୍କୁ

ସେ କେମିତି ବଡ଼ ହେଲେ

ସେଇ ଗାଁ ପାଣି ପବନରେ

ବନିଗଲେ ବଡ଼ ଅଫିସର

ମନେ ପଡିଗଲା

ଜେଜେ କହୁଥିଲେ

ପାପା ମମିଙ୍କ ମୁଁହରେ ଜବାବ ଦେବୁନି

ଏହା ହିଁ "ସଂସ୍କାର" ।


Rate this content
Log in